Latest Odisha News

BREAKING NEWS

ଲକଡାଉନରେ ମାତିଲେ ଲୁଟେରା, ପରିବା ଆଣିବାକୁ ଯାଉଥିବା ମହିଳାଙ୍କ ବେକକୁ କାଟିଲା ଦୁର୍ବୃତ୍ତ

ଭୁବନେଶ୍ୱର: ଲକଡାଉନ ବେଳେ ରାଜଧାନୀରେ ମାତିଲେ ଲୁଟେରା । ପରିବା ଆଣିବାକୁ ଯାଉଥିବା ବେଳେ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୟାପଲ୍ଲୀ ଭିଆଇପି କଲୋନୀ ରାସ୍ତାରେ ଏହି ଘଟଣା ଘଟିଛି ।

ଲୁଟ୍ ଉଦ୍ୟମ ବେଳ ଚିତ୍ର ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ମହିଳା ଜଣଙ୍କ ସକାଳୁ ପରିବା ଆଣିବାକୁ ଯାଉଥିଲେ । ଏତିକିବେଳେ ଏକୁଟିଆ ପାଇ ତାଙ୍କ ପାଖରୁ ଲୁଟ୍ ଉଦ୍ୟମ କରିଥିଲା ଜଣେ ଦୁର୍ବୃତ୍ତ । ଏତିକିବେଳେ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ପକେଟରୁ ମାରଣାସ୍ତ୍ର ବାହାର କରି ମହିଳାଙ୍କ ବେକକୁ ଆଘାତ ଦେଇଥିଲା । ପରେ ସେଠାରୁ ଦୌଡ଼ି ପଳାଉଥିବା ଚିତ୍ର ସିସିଟିଭିରେ କଏଦ ହୋଇଛି ।

ପୁଣି ଥରେ ପଛକୁ ଫେରି ଆକ୍ରମଣ ପାଇଁ ଉଦ୍ୟମ କରିବା ପୂର୍ବରୁ ମହିଳା ରାସ୍ତାର ଅନ୍ୟ ପଟକୁ ଦୌଡ଼ି ପଳାଇଥିଲେ । ତାପରେ ସେଠାରେ ପଳାଇ ଯାଇଥିଲା ଲୁଟେରା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ଚିହ୍ନଟ ପାଇଁ ଚାଲିଛି ପ୍ରକ୍ରିୟା ।

Leave A Reply

Your email address will not be published.