Latest Odisha News

ଭିମ୍‌ସାରରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସନ୍ଦେହ

ସମ୍ବଲପୁର: ଭିମ୍‌ସାରରେ ଜଣେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଉକ୍ତ ରୋଗୀଙ୍କର ରବିବାର ରାତିରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ରେ ମୃତ୍ୟୁ ହୋଇଛି।

ଭିମ୍‌ସାର୍‌ ଅଧୀକ୍ଷକ ଲାଲ ମୋହନ ନାୟକ ଏହି ସୂଚନା ଦେଇଛନ୍ତି। ସନ୍ଦିଗ୍ଧ ରୋଗୀକୁ ୫ରୁ ୬ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ରୋଗୀଙ୍କଠାରେ ବ୍ଲାକ୍‌ ଫଙ୍ଗସର ଲକ୍ଷଣ ରହିଥିବା ଜଣାପଡ଼ିଛି।

Comments are closed.