Latest Odisha News

BREAKING NEWS

Dhenkanal SP: ଏସ୍‌ପି ଅଫିସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା; ୨ ଏସ୍‌ଆଇ ନିଲମ୍ବିତ

ଢେଙ୍କାନାଳ:ଶନିବାର ଢେଙ୍କାନାଳ ଏସ୍‌ପି ଅଫିସ ପରିସରରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଅଘଟଣ ପୂର୍ବରୁ ପୋଲିସ ମହିଳାଙ୍କୁ କାବୁ କରିବା ସହ ପେଟ୍ରୋଲ ବୋତଲ ଏବଂ ଦିଆସିଲି ଜବତ କରିଛି। ଏସ୍‌ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା କରାଯାଇଛି । ପଚରାଉଚରା ସମୟରେ ସଦର ଥାନା ପୋଲିସ ଓ ଟାଉନ ଥାନା ପୋଲିସ ଉପସ୍ଥିତି ଥିଲେ ।

ତେବେ କାର୍ଯ୍ୟରେ ଅବହେଳା ନେଇ ୨ SIଙ୍କ ବିରୋଧରେ ଆକ୍ସନ୍ସ ନେଇଛନ୍ତି ଢେଙ୍କାନାଳ ଏସ୍‌ପି । ଟାଉନ୍ ଥାନାର SI ଉତ୍କଳ ବିଜୟ ମହାନ୍ତି ଓ ସଦର ଥାନାର SI ରୋଜାଲିନ୍ ମିଞ୍ଜ ନିଲମ୍ବିତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମହିଳାଙ୍କ ବାପଘର ଜଗତସିଂହପୁର ଓ ସେ ପ୍ରେମ ବିବାହ କରିଥିବା ଜଣାପଡ଼ିଛି। ସମ୍ପର୍କୀୟ ଦିଅର ମହିଳାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଆସୁଥିଲେ। ଏନେଇ ଉଭୟ ଟାଉନ ଥାନା ଏବଂ ସଦର ଥାନାରେ ଫେରାଦ ହୋଇଥିଲେ। କେହି ଅଭିଯୋଗ ନ ଶୁଣିବାରୁ ମହିଳା ଜଣକ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି।

 

Comments are closed.