ବ୍ରହ୍ମପୁର: ଅସହ୍ୟ ହୋଇଥିଲା ପାରିବାରିକ ଅଶାନ୍ତି । ସବୁ କଷ୍ଟକୁ ଆଖିବୁଜି ସହିଯାଉଥିଲା ମା’ କେବଳ ପିଲାଙ୍କ ମୁହଁକୁ ଚାହିଁ । ହେଲେ ଅଶାନ୍ତି ପାଖରେ ଜୀବନ ଯେତେବେଳେ ତୁଚ୍ଛ ଲାଗିଲା ନେଇଥିଲେ ଚରମ ନିଷ୍ପତ୍ତି । ୩ ପୁଅ ଝଅଙ୍କ ସହ ଡେଇଁ ପଡିଥିଲେ କୂଅକୁ । ହେଲେ ଭାଗ୍ୟର ବିଡମ୍ବନା ଦେଖ! ମୃତ୍ୟୁ ବି ତାଙ୍କୁ ଫେରାଇ ଦେଲା ସେ ଯନ୍ତ୍ରଣା ଜର୍ଜରିତ ଜୀବନ ଭିତରକୁ । ବଡ ଝିଅ ସହ ମହିଳା ଜଣକ ବଞ୍ଚି ଯାଇଥିବାବେଳେ ଅନ୍ୟ ଦୁଇ ପୁଅଝିଅଙ୍କର ମୃତ୍ୟୁ ଘଟିଛି । ଏମିତି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ
ପାଖ ପଡୋଶୀଙ୍କ କହିବା ଅନୁଯାୟୀ, ଉକ୍ତ ମହିଳାଙ୍କର ୨ ଝିଅ ଓ ଗୋଟିଏ ପୁଅ । ମହିଳାଜଣକ ନିଜ ଶାଶୂଘରେ ରୁହନ୍ତି । ହେଲେ ଶାଶୂଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ଦିନକୁ ଦିନ ଅସହ୍ୟ ହେଉଥିଲା ଏକ ସେ ଅଶାନ୍ତି । ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ ମହିଳା । ରବିବାର ବିଳମ୍ବିତ ରାତିରେ ତିନି ପିଲାଙ୍କୁ ନେଇ ସେ କୂଅ ପାଖକୁ ଯାଇଥିଲେ । ଏହାପରେ ଜଣ ଜଣ କରି ସମସ୍ତଙ୍କୁ ଠେଲି ଦେଇ ନିଜେ ବି କୂଅକୁ ଡେଇଁ ପଡ଼ିଥିଲେ।
ଶବ୍ଦ ଶୁଣି ପରିବାର ଲାେକ କୂଅ ପାଖକୁ ଆସି ଦେଖିଥିଲେ ବୋହୂ ପିଲାଙ୍କୁ ଧରି କୂଅକୁ ଡେଇପଡୁଛି । ତୁରନ୍ତ ସେମାନେ ଗାଁ ଲୋକ ଓ ପଡୋଶୀଙ୍କୁ ଡାକି ଉଦ୍ଧାର ପାଇଁ ନେହୁରା ହୋଇଥିଲେ । ଗାଁ ଲୋକେ ଉକ୍ତ ମହିଳା ଓ ତାଙ୍କ ବଡ ଝିଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୁସ୍ଥ ହେବା ପରେ ସେମାନେ ଏବେ ଘରକୁ ଫେରି ଆସିଛନ୍ତି ।
ହେଲ ଅନ୍ୟ ୨ ନିଷ୍ପାପ ଶିଶୁଙ୍କର ମୃତ୍ୟୁ ଘଟିଛି । ଅଗ୍ନିଶମ ବାହିନୀ ଆସି ୫ ବର୍ଷର ଝିଅ ଓ ଦେଢ ବର୍ଷର ପୁଅର ଶବକୁ କୂଅରୁ ଉଦ୍ଧାର କରିଛି । ଏହି ଘଟଣା ଖାଲି ପରିବାର ନୁହେଁ ସାରା ଗାଁରେ ଖେଳାଇ ଦେଇଛି ଶୋକର ଛାୟା । କାନ୍ଦ ବୋବାଳିରେ ଉଛୁଳି ପଢୁଛି ସାରା ପରିବାର । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.