Latest Odisha News

BREAKING NEWS

ଆଗକୁ ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ, ପାଣିପାଗ ବିଭାଗ ପୂର୍ବାନୁମାନ…

ଭୁବନେଶ୍ୱର:  ଆଗକୁ ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି । ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ବିତ୍ପାତି । ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ତାରିଖରେ ବର୍ଷା ପରିମାଣ ଅଧିକ ରହିବ । ଏଥିପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଓଡ଼ିଶାରେ ଗତ ଜୁନ ମାସରେ ନିଅଣ୍ଟିଆ ବର୍ଷା ହୋଇଛି । ସର୍ବମୋଟ ୧୬୩.୭ ମିମି ବର୍ଷା ହୋଇଛି ଜୁନ ମାସରେ ଯାହା ସ୍ୱାଭାବିକଠାରୁ ୨୨ ପ୍ରତିଶତ କମ୍‌ । ଅଧିକାଂଶ ଉପକୂଳ ସହ ଦକ୍ଷିଣ ଓ ଉତ୍ତର ଓଡିଶାରେ କମ୍ ବର୍ଷା ହୋଇଛି । ୨୦ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ କିମ୍ବା ଅଧିକ ନିଅଣ୍ଟିଆ ବର୍ଷା । କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ଅତ୍ୟଧିକ ତଥା ୬୦ ପ୍ରତିଶତରୁ ଅଧିକ ରହିଛି । ସେପଟେ ୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ଅଧିକ କିମ୍ବା ଅତ୍ୟଧିକ ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଜୁଲାଇରେ ଭଲ ବର୍ଷିବ । ଓଡ଼ିଶାରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ।

 

Leave A Reply

Your email address will not be published.