Latest Odisha News

BREAKING NEWS

ରାଜଧାନୀରେ ଲୁଟେରା ରାଜ: ମହିଳାଙ୍କୁ ଆକ୍ରମଣ କରି ଝାମ୍ପି ନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ । ବାଟଘାଟରୁ ଲୁଟ୍ । ସୈନିକ ସ୍କୁଲ-ଭିଏସଏସ ନଗର ରାସ୍ତାରେ ମହିଳାଙ୍କ ବେକରୁ ଲୁଟି ନେଲେ ସୁନା ଚେନ୍ । ଆଜି ସକାଳୁ ସକାଳୁ ମନ୍ଦିରରୁ ଫେରିବା ବେଳେ ମହିଳାଙ୍କୁ ମାଡ଼ ମାରି ତାଙ୍କ ବେକୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଲୁଟେରା ।

ସକାଳ ସାଢେ ୬ଟା ସମୟରେ ଏହି ଘଟଣା ଘଟିଛି । ମହିଳା ଜଣଙ୍କର ମନ୍ଦିରରୁ ଫେରୁଥିଲେ । ଏତିକିବେଳେ ବାଇକରେ ଦୁଇ ଜଣ ଯୁବକ ଆସିଥିଲେ । ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିଥିଲେ ଲୁଟେରା । ପରେ ଚେନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସହିଦନଗର ଥାନା ପୋଲିସ ।

Comments are closed.