Latest Odisha News

BREAKING NEWS

ଏମିତି ଆସେ ମୃତ୍ୟୁ: ହଳଦି ସେରିମୋନୀ ବେଳେ କୂଳରେ ଖସି ପଡ଼ି ୧୩ ମହିଳାଙ୍କ ମୃତ୍ୟୁ

ଲକ୍ଷ୍ନୌ: ହଳଦି ସେରିମୋନୀ ବେଳେ ଅସାବଧାନତାରୁ କୂଳରେ ଖସି ପଡ଼ି ୧୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରେ । ଟିକେ ପୂର୍ବରୁ ଯେଉଁଠି ହସଖୁସିରେ ପୂରା ଅଞ୍ଚଳ ଫାଟି ପଡୁଥିଲା ସେଠାରେ ଦୁଃଖର ଛାୟା ଖେଳିଗଲା । ଫିକା ପଡ଼ିଲା ବିବାହ ଉତ୍ସବ । କୂଳ ସ୍ଲାବ ଉପରେ ଅଧିକ ଲୋକ ବସିଥିବାରୁ ଏହା ତଳକୁ ଖସି ପଡ଼ିଥିବା କୁହାଯାଉଛି ।

କୁଶୀନଗର ଜିଲ୍ଲା ନେବୁଆ ନୋରଙ୍ଗିଆରେ ଏକ ବିବାହ ଉତ୍ସବ ଥିଲା । ଗତକାଲି ହଳଦି ଉତ୍ସବ ଥିଲା । ଏଥିରେ ସାମିଲ ହେବାକୁ ଗାଁର ମହିଳା ଓ ଝିଅମାନେ ଆସିଥିଲେ । ସେଠାରେ ଥିବା କୂଅ ଉପରେ ସ୍ଲାବ ଘୋଡ଼ାଇ ରଖାଯାଇଥିଲା । ସ୍ଲାବ ଉପରେ କିଛି ମହିଳା ଓ ଯୁବତୀ ଠିଆ ହୋଇଥିଲେ । ଏତିକି ବେଳେ ସ୍ଲାବଟି ଭାଙ୍ଗି କୂଅ ଭିତରେ ଖସି ପଡ଼ିଥିଲା ।

ସ୍ଲାବ ଉପରେ ଯେଉଁମାନେ ଠିଆ ହୋଇଥିଲେ ସମସ୍ତେ କୂଳ ଭିତରେ ଖସି ପଡ଼ିଥିଲା । ଉଦ୍ଧାର କରିବା ବେଳେ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ହସ୍ପିଟାଲରେ ଆଖି ବୁଜିଥିଲେ ଆଉ ୨ ଜଣ ।

Comments are closed, but trackbacks and pingbacks are open.