Latest Odisha News

BREAKING NEWS

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା  । ଜାଡରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ପୁଇଁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି  । ଏହାରି ଭିତରେ ଏକ ଅଘଟଣ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଚାଉଳିଆଝରଣ ଗାଁରେ । ନିଆଁ ପୋଇଁ ହେଉଥିବା ବେଳେ ଲୁଗାରେ ନିଆଁ ଲାଗି ଜଳିଯାଇଛନ୍ତି ଜଣେ ମହିଳା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା  ।

ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମହିଳା ଜଣକ ଚାଉଳିଆଝରଣ ଗାଁର ଗୌରୀ ସୋରେନ ବୋଲି ଜଣାପଡିଛି  । ଭୋର ସମୟରେ ଘର ପାଖରେ ନିଆଁ ଜାଳି ପୋଇଁ ହେଉଥିବା ବେଳେ ଅସାବଧାନତା କାରଣରୁ ଲୁଗାରେ ନିଆଁ ଲାଗି ଯାଇଥିଲା । ତାଙ୍କ ଶରୀରର ପ୍ରାୟ ଅର୍ଦ୍ଧେକ ଅଂଶ ନିଆଁରେ ଜଳି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.