Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ : ଆଜି ମହାପ୍ରଭୂଙ୍କୁ ନିମନ୍ତ୍ରଣ

ପୁରୀ : ଓଡିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୂ ଜଗନ୍ନାଥ  । ଆମର ବିବାହ ହେଉ , ଘର ପ୍ରତିଷ୍ଠା ହେଉ , ବ୍ରତଘର ହେଉ କିମ୍ବା  କାନ ଫୋଡା ହେଉ , ପ୍ରତିଟି ଶୁଭ କାର୍ଯ୍ୟରେ ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦିଆଯାଏ । ଏବଂ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ନିଆଯାଇଥାଏ । କିଭଳି ଭାବେ ଭଲରେ ଭଲରେ ଏହି କାର୍ଯ୍ୟ ସମାପନ ହେବ  । ଏଭଳି କିଛି କାମନା କରି ଶ୍ରୀ ଜଗନ୍ନାଥଙ୍କୁ ଆମେ ନିମନ୍ତ୍ରଣ ଦେଇଥାଉ । ଯେହେତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।

ସେ ନେଇ ଆଜି ଅପରାହ୍ନରେ ମହାପ୍ରଭୂଙ୍କୁ ନିମନ୍ତ୍ରଣ ପତ୍ର ଅର୍ପଣ କରାଯିବ  । ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବା ପରେ ବିଶିଷ୍ଟ ଅତିଥି ମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ପ୍ରତିଷ୍ଠା ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.