ଉରକେଲା: ଆସିଲା ରାଉରକେଲାର ଉଦିତନଗର ଥାନା ମହିଳା ASI ଆଲିଶା ଲୁଗୁନଙ୍କ ଫରେନସିକ ରିପୋର୍ଟ । କେମିତି ହେଲା ଆଲିଶାଙ୍କ ମୃତ୍ୟୁ ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଡାକ୍ତରୀଟିମ ଏବଂ ଏମ୍ସର ଫରେନସିକ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ଉତ୍ତେଜନା ଯୋଗୁ ଘଟିଛି । ଅତ୍ୟଧିକ ହରମୋନ କ୍ଷରଣ ଯୋଗୁ ତାଙ୍କ ନିଃଶ୍ୱାସ ପ୍ରଶ୍ୱାସ ଜନିଜ ସମସ୍ୟା ଦେଖା ଦେଇଥିଲା । ମେଡିକାଲ ନେବା ଭିତରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଏସଆଇଙ୍କ ଉପରେ କୌଣସି ଆକ୍ରମଣ ହୋଇ ନ ଥିବା କହିଛନ୍ତି ଏସପି ମିତ୍ରଭାନୁ ମହାପାତ୍ର ।
ଅକ୍ଟୋବର ୨ ତାରିଖରେ ଏକ ବସ କାରକୁ ଧକ୍କା ଦେଇ ଦ୍ରୁତ ଗ୍ତିରେ ରାଉରକେଲା ବସଷ୍ଟାଣ୍ଡ ଭିତରକୁ ପଶି ଯାଇଥିଲା । ସ୍ଥାନୀୟ କିଛି ଯୁବକ ବସକୁ ପିଛା କରି ସେଠାରେ ପହଞ୍ଚିଥିଲେ । ରାଉରକେଲା ବସଷ୍ଟାଣ୍ଡ ନିକଟରେ ବସକୁ ଅଟକାଇବା ସହ ବସର କାଚ ଭଙ୍ଗାରୁଜା କରିଥିଲେ । ଖବର ପାଇ ପିସିଆର ଭ୍ୟାନ ସେଠାରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିଥିଲା ।ଏହାପରେ ସେଠାରେ ଗଣ୍ଡଗୋଳ ଓ ମାରପିଟ ଆରମ୍ଭ ହୋଇଥିଲା ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପିସିଆର ଭ୍ୟାନରେ ଥିଲେ ଏଏସଆଇ ଆଲିଶା । ଜଣେ ଯୁବତୀଙ୍କ ସମେତ ଅନ୍ୟମାନଙ୍କୁ ଧରି ଭ୍ୟାନରେ ଥାନାକୁ ଫେରୁଥିଲେ । ଏହି ସମୟରେ ଆଲିଶାଙ୍କର ବାନ୍ତି ହୋଇଥିଲା ।ତୁରନ୍ତ ତାଙ୍କୁ ହାଇଟେକ ମେଡକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
Comments are closed.