ପୁଣେ: ଶାଢି ପିନ୍ଧି ଓ ବୁଲେଟ୍ ଚଢି ୪୦ଟି ଦେଶ ବୁଲିବେ ଜଣେ ଭାରତୀୟ ମହିଳା । ସେ ହେଉଛନ୍ତି ପୁଣେର ରାମାବାଇ ଲଟ୍ପଟେ । ଯେତେବେଳେ ସାରା ବିଶ୍ୱରେ ମହିଳା ସଶକ୍ତୀକରଣର ବାର୍ତ୍ତା ପ୍ରଚାର କରିବା ପାଇଁ ନିଜେ ଦେଶର ପ୍ରଧାନମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି , ସେଥିରୁ ଅନୁପ୍ରାଣିତ ହୋଇ ଏହି ମହିଳା ଜଣକ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏଠାରୁ ସେ ଦିଲ୍ଲୀ ଯିବା ସହ ପ୍ରଥମେ ଅଷ୍ଟ୍ରେଲିଆ ଓ ପରେ ଅନ୍ୟାନ୍ୟ ଦେଶକୁ ବୁଲେଟ୍ରେ ଯାତ୍ରା କରିବେ । ତାଙ୍କର ଏହି ଯାତ୍ରା ସମୟରେ ସେ ମହାରାଷ୍ଟ୍ରର ପାରମ୍ପରିକ ଶାଢ଼ି ପିନ୍ଧିବେ । ଏହି ଯାତ୍ରାରେ ରାମାବାଈ ଅଷ୍ଟ୍ରେଲିଆ, ନ୍ୟୁୟର୍କ, ନ୍ୟୁଜିଲାଣ୍ଡ, ଫ୍ରାନ୍ସ, ମରକୋ ଏବଂ ଦୁବାଇ ସମେତ ମୋଟ ୪୦ ଦେଶ ପରିଭ୍ରମଣ କରିବେ । ରାମାବାଈ ଅଷ୍ଟ୍ରେଲିଆର ପର୍ଥ ଏବଂ ସିଡ୍ନୀ ମଧ୍ୟରେ ୧୬୦୦ କିଲୋମିଟର ଦୂରତାକୁ ଅତିକ୍ରମ କରିବେ, ଯେଉଁଠାରେ ଜନବସତି କିମ୍ବା ମୋବାଇଲ୍ ନେଟ୍ଓା୍ୱର୍କ ମଧ୍ୟ ନାହିଁ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଏଭଳି ଯାତ୍ରା ସମୟରେ ଅନେକ ପ୍ରତିବନ୍ଧକ ଆସିବ । କିନ୍ତୁ ସେସବୁକୁ ସାମ୍ନା କରି ନିଜ ଲକ୍ଷ୍ୟ ପୂରଣ ଦିଗରେ ସେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।
Comments are closed.