Latest Odisha News

କଟକ ବଡ଼ ମେଡିକାଲରୁ ଶିଶୁ କନ୍ୟା ଚୋରି ଅଭିଯୋଗରେ ମହିଳା ଅଟକ

କଟକ : କଟକ ବଡ଼ ମେଡିକାଲରୁ ଶିଶୁ କନ୍ୟା ଚୋରି ମାମଲାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି । ଗତକାଲି ଉକ୍ତ ମହିଳା ସ୍ୱିଟି ରାଉତ କହିଥିଲେ  ଶିଶୁ ଅଦଳବଦଳ ହୋଇଛି ।  ଥାନାରେ ମାମଲା ହେବା ପରେ ଶିଶୁକନ୍ୟାକୁ ଆଣି ଫେରାଇଥିଲେ ମହିଳା। ତେବେ ଶିଶୁ କନ୍ୟାଙ୍କୁ ନେଇଥିବା ମହିଳା ପ୍ରସୂତି ବିଭାଗରେ ଭର୍ତି ହୋଇନଥିଲେ କି ତାଙ୍କ ପରିବାରର କେହି ମେଡିକାଲରେ ଭର୍ତି ହୋଇନଥିବା ପରେ ତଦନ୍ତ ପରେ ଜଣାପଡିଥିଲା । ଆଜି ଡିସିପି ପ୍ରେସମିଟ୍ କରି ଏହି ଘଟଣାରୁ ପରଦା ଉଠାଇଛନ୍ତି । ଏହା ଶିଶୁ ଚୋରି ମାମଲା ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଭିଯୁକ୍ତ ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ସେ କହିଛନ୍ତି । ସିସିଟିଭିରେ ମଧ୍ୟ ଶିଶୁ ସେ ନେଇଥିବା ରେକର୍ଡ ରହିଛି ।

ଶିଶୁ କନ୍ୟାକୁ ଚୋରି କରି ନେଇଥିବା ମହିଳା ଦେଖାଇଥିବା ଡିସଚାର୍ଜ ସାର୍ଟିଫିକେଟ ଜାଲ ବୋଲି ମଧ୍ୟ ଜଣାପଡିଛି । ତେଣୁ ଏଥିରେ ଅନ୍ୟ କେହି ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଶିଶୁ କନ୍ୟା ନେଇଥିବା ମହିଳା ଅଦଳବଦଳ ନେଇ ଯାହା ଗତକାଲି କହିଥିଲେ ତାହା ମିଥ୍ୟା ହୋଇଥିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଶିଶୁ କନ୍ୟାକୁ ଚୋରି କରି ନେଇଥିବା ମହିଳା ନଜବାତ ପୁତ୍ର ବଦଳରେ ଶିଶୁ କନ୍ୟା ଅଦଳବଦଳ ହୋଇଥିବା କହିଥିଲେ ।  କନାରେ ମୁହଁ ଘୋଡ଼ାଯାଇଥିବାରୁ ସେ ଜାଣିପାରିନଥିବା କହିଥିଲେ । ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ମହିଳା ଜଣକ ଶିଶୁକନ୍ୟାକୁ ଫେରାଇଥିଲେ ।

 କନ୍ୟା ଶିଶୁ ଚୋରି ନେଇ ପୁରୀ ଗଡ଼ସାହି ଚନ୍ଦନପୁର ତିଳୋତ୍ତମା ବିଶ୍ବାଳ ଅଭିଯୋଗ କରିଥିଲେ । ସେ ଜାଆଁଳା ଶିଶୁ ଜନ୍ମ ଦେଇଥିଲେ । ପରେ ଗୋଟିଏ ଶିଶୁକୁ ଜଣ୍ଡିସ ହୋଇଥିବାରୁ ଏସଏନ୍‌ସିୟୁରେ ଚିକିତ୍ସା ଚାଲିଥିଲା । ଗତକାଲି ଅପରାହ୍ନ ୩ଟା ୧୫ରେ ଡିସଚାର୍ଜ ହେବାର ଥିଲା । ହେଲେ ସେଠାରୁ କିଏ ପିଲାକୁ ଚୋରି କରି ନେଇଯାଇଥିବା ସେ ଅଭିଯୋଗ କରିଥିଲେ । ଏହାକୁ ନେଇ ଯୁକ୍ତିତର୍କ ବଢ଼ିବା ପରେ ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା । ଏପରିକି କଟକ ବଡମେଡିକାଲରୁ କନ୍ୟା ଶିଶୁ ଚୋରି ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ସ୍ପର୍ଶକାତର ପ୍ରସଙ୍ଗ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୋସିଆଲ ଗଣମାଧ୍ୟମରେ ପ୍ରକାଶ କରିଥିଲେ ।

 ଗତ ଗୁରୁବାର ଦିନ ତିଳୋତ୍ତମା କଟକ ବଡ ମେଡିକାଲର ଲେବର ୱାର୍ଡରେ ଭର୍ତ୍ତି ହୋଇଥିଲେ । ମହିଳା ଗୁରୁବାର ଦିନ ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ସେଥିରୁ  ଜଣେ ଜଣ୍ଡିସ ଆକ୍ରାନ୍ତ ବୋଲି କହି ଜଣଙ୍କୁ ଆଇ. ସି. ୟୁ କୁ ନିଆଗଲା  ।  ଆଇ. ସି. ୟୁ କୁ ନବାର କିଛି ସମୟ ପରେ ମେଡିକାଲ ପକ୍ଷରୁ କୁହାଗଲା ଯେ ତାଙ୍କର ଶିଶୁ କନ୍ୟାଟି ଚୋରି  ହୋଇଯାଇଛି । ତେବେ ପରେ ମେଡିକାଲ ପକ୍ଷରୁ ଏହା ଚୋରି ନୁହେଁ ଅଦଳ ବଦଳ ହୋଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା ।  ସଂଧ୍ୟାରେ ଶିଶୁ କନ୍ୟାକୁ ପରିବାର ଲୋକଙ୍କୁ ଦିଆଯାଇଥିଲା ।  ତେବେ ଏହି ଘଟଣା ଏବେ ଭିନ୍ନ ମୋଡ ନେଇଛି ।  ଏହା ଶିଶୁ ଚୋରି ମାମଲା ବୋଲି ଜଣାପଡିବାରୁ ପୋଲିସ ପଚରାଉଚୁରା କରୁଛି ।

Leave A Reply

Your email address will not be published.