Latest Odisha News

BREAKING NEWS

ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ: ମାଆ ମୃତ, ଝିଅ ଗୁରୁତର

ମୟୁରଭଞ୍ଜ: ଲଘୁଚାପ ଯୋଗୁଁ ସାରା ରାଜ୍ୟ ସହ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ କରଞ୍ଜିଆ ଶୁକୃଳି ବ୍ଳକ୍ ଅନ୍ତର୍ଗତ ମହିଳାସୁଳି ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଆହତ ହୋଇଥିବା ସୂଚନା ମିଳିଛି ।ମୃତ ମହିଳାଙ୍କ ନାଁ ନନ୍ଦିନୀ ମୁଣ୍ଡା ବୋଲି ଜଣାପଡିଛି ।

ସୂଚନାନୁସାରେ, ଉଭୟ ମା’ଝିଅ ଘରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡି ସେମାନଙ୍କ ଉପରେ ପଡିଥିଲା। କାନ୍ଥ ଭାଙ୍ଗିବା ଶବ୍ଦ ଶୁଣୁ ଗାଁ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ମାଆ ନନ୍ଦିନୀଙ୍କ ମୃତ୍ୟୁ ହୋଇସାରିଥିଲା। ଝିଅ
ଶ୍ରୀମତୀଙ୍କୁ ଲୋକେ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Comments are closed.