Latest Odisha News

ଭାଙ୍ଗିଲା ରେକର୍ଡ: ରାଜ୍ୟରେ ଗୋଟିଏ ଦିନରେ ୩୦୦୦ ପାର୍ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଙ୍ଗିନ ହେଉଛି କରୋନା ସ୍ଥିତି। ସଂକ୍ରମଣରେ ଚୀନକୁ ଟପିସଟିଲାଣି ଓଡିଶା। ରିପୋର୍ଟ ଅନୁଯାୟୀ ଚୀନର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୯୮୧ ହୋଇଥିବା ବେଳେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୮୭,୬୦୨ ରେ ।

ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୩୭୧ ଜଣ ପଜିଟିଭ ।

ଆଜି ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୨୦୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୩୧୮ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୭,୬୩୮ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୫୯୪୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏହାସହ ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ମଧ୍ୟ ବଢୁଛି । ଆଜି ଗୋଟିଏ ଦିନରେ ଏହା ୬୩ ହଜାର ପାର ହୋଇଛି।

Leave A Reply

Your email address will not be published.