Latest Odisha News

BREAKING NEWS

ରାଉରକେଲା: ଟ୍ରକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ, ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ଅବରୋଧ ଯୋଗୁଁ ଉତ୍ତେଜନା ବୃଦ୍ଧି

ରାଉରକେଲା : ରବିବାର ସକାଳ ରାଉରକେଲା ସହରର ଜନ ଗହଳିପୂର୍ଣ୍ଣ ସ୍ଥାନ ହକି ଛକରେ ଏକ ଟ୍ରକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ସ୍ଥାନୀୟ ଲୋକମାନେ ମୃତମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ୧୪୩ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଶହ ଶହ ଯାନବାହନ ଅଟକି ରହିଛି ।

ଆଜି ସକାଳେ ବଣେଇରୁ ରାଉରକେଲା ଆଡ଼କୁ ଯାଉଥିବା ଏକ ଟ୍ରକ ଛକ ପାର ହୋଇ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଟ୍ରକର ଚାଳକ ଫେରାର ହୋଇଯାଇଛି ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ୧୪୩ ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି । ଫଳରେ ଯାନବାହନ ଅଟକି ରହିଛି ।

ଘଟଣା ସମ୍ପର୍କରେ ଖବର ପାଇ ରଘୁନାଥପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.