Latest Odisha News

BREAKING NEWS

ରବିବାର ଦିନ ସୂର୍ଯ୍ୟ ଉପାସନା କରନ୍ତୁ, ସମ୍ପୂର୍ଣ୍ଣ ବଦଳିଯିବ ଭାଗ୍ୟ

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ । ସୂର୍ଯ୍ୟ ହେଲେ ସର୍ବଶକ୍ତିମାନ । ସୂର୍ଯ୍ୟ ହେଲେ ଆଦିତ୍ୟ ନାରାୟଣ ।


ଭାରତୀୟ ସଂସ୍କୃତି ଓ ପ୍ରାଚୀନ ପରମ୍ପରାରେ ସୂର୍ଯ୍ୟ ଉପାସନା
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ପ୍ରତିଦିନ ଏବଂ ବିଶେଷ କରି ରବିବାର ଦିନ ସୂର୍ଯ୍ୟ ଉପାସନା କଲେ ବହୁ ଚମତକାର ଉପକାର ମିଳିପାରିବ, ଯାହାକି ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇଦେବ । କୁହାଯାଏ ପ୍ରତିଦିନ ଯଦି ଜଣେ ସୂର୍ଯ୍ୟଙ୍କୁ ଉପାସନା କରି ବ୍ରାହ୍ମ ମୁହୂର୍ତ୍ତରେ ସୂର୍ଯ୍ୟଦେବଙ୍କୁ ଶ୍ରଦ୍ଧାର ସହିତ ଜଳ ଅର୍ପଣ କରିଥାଏ ତେବେ ତାହାର ଜୀବନ ଯାପନ ପ୍ରଣାଳୀ ଶୃଙ୍ଖଳିତ ହେବା ସହିତ ଶରୀର, ମନ ଓ ଆତ୍ମାରେ ସନ୍ତୁଳନ ରକ୍ଷା ହୋଇଥାଏ । ଫଳରେ ବ୍ୟକ୍ତିର ସମୃଦ୍ଧି ବୃଦ୍ଧି ଘଟିଥାଏ । ସୂର୍ଯ୍ୟ ଉପାସନା ହେଉଛି ବହୁ ପ୍ରାଚୀନ ଭାରତୀୟ ପରମ୍ପରା ଓ ହିନ୍ଦୁ ସଂସ୍କୃତିର ସନ୍ତକ । ହିନ୍ଦୁମାନେ ସୂର୍ଯ୍ୟଙ୍କୁ ଆଦିତ୍ୟ ନାରାୟଣ ରୂପେ ପୂଜା କରିଥାଆନ୍ତି ।

ଜଳ ଅର୍ପଣ ସମୟରେ ସୂର୍ଯ୍ୟ ମନ୍ତ୍ର ଉଚ୍ଚାରଣ
ପ୍ରାତଃକାଳରେ ସ୍ନାନ ପରେ ପରିଷ୍କାର ଲୁଗା ପିନ୍ଧି ସୂର୍ଯ୍ୟଙ୍କୁ ଉପାସନା କରାଯାଇଥାଏ । ଏକ ତମ୍ବା ବା ପିତଳ ନୋଟାରେ ଅଷ୍ଟଗନ୍ଧ, ନାଲି ଫୁଲ ଏବଂ କିଛି ଅକ୍ଷତ ରଖି ସେହି ଜଳକୁ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ୱାରା ବିଶେଷ ଉପକାର ମିଳିଥାଏ । ଏହି ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟମନ୍ତ୍ର ‘ଓଁ ସୂର୍ଯ୍ୟାୟ ନମଃ’ ଉଚ୍ଚାରଣ କରିବା ଆବଶ୍ୟକ । ସୂର୍ଯ୍ୟଙ୍କୁ ଜଳ ତର୍ପଣ କରିବା ସମୟରେ ଗାୟତ୍ରୀ ମନ୍ତ୍ର ‘ଓଁ ଭୂର୍ଭୁବଃ ସ୍ୱଃ, ତତ୍ସବିତୁଃ ର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହୀ ଧୀୟୋ ୟୋନଃ ପ୍ରଚୋଦୟାତ’ ଉଚ୍ଚାରଣ କରିଲେ ସର୍ବକାର୍ଯ୍ୟ ସିଦ୍ଧି ହେବା ସହିତ ୨୧ ଦିନ ମଧ୍ୟରେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଅନ୍ୟଏକ ମନ୍ତ୍ର ‘ଓଁ ନମୋ ଆଦିତ୍ୟ ନାରାୟଣାୟଃ ନମଃ’ ଉଚ୍ଚାରଣ ମଧ୍ୟ କରିପାରନ୍ତି ।


ରବିବାର ଦିନ ସୂର୍ଯ୍ୟ ଉପାସନା କଲେ ସୁଫଳ ମିଳେ
କୌଣସି କାରଣ ବଶତଃ ପ୍ରତିଦିନ ସୂର୍ଯ୍ୟ ଉପାସନା କରିନପାରିଲେ ସୂର୍ଯ୍ୟଙ୍କ ବାର ରବିବାର ଦିନ ସୂର୍ଯ୍ୟ ଉପାସନା କଲେ ଏହା ଅଧିକ ଫଳପ୍ରଦ ହୋଇଥାଏ । ଫଳରେ ଜ୍ଞାନ ବୃଦ୍ଧି ହେବା ସହିତ ବିଭିନ୍ନ ନକାରାତ୍ମକ ଭାବନା ଯଥା, ଗର୍ବ, ଅହଙ୍କାର, କାମ, କ୍ରୋଧରୁ ମୁକ୍ତି ମିଳିଥାଏ । ମନରେ ଶାନ୍ତି ସ୍ଥାପନ ହୋଇଥାଏ । ମନୋଭାବ ଯେକୌଣସି କାର୍ଯ୍ୟ କରିବାକୁ ବେଶ୍ ଦୃଢ ହୋଇଥାଏ । ସଫଳତାର ଶୀର୍ଷରେ ସୂର୍ଯ୍ୟ ଉପାସକ ପହଞ୍ଚି ପାରିଥାଏ । କୌଣସି ରବିବାର ଠାରୁ ଆରମ୍ଭ କରି ଲଗାତର ୨୧ ଦିନ ଧରି ସୂର୍ଯ୍ୟ ଉପାସନା କଲେ କାର୍ଯ୍ୟ ସିଦ୍ଧି ହେବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସବୁଠୁ ଉପକାରୀ
ସାଧାରଣତଃ ସନାତନ ଧର୍ମରେ ତମ୍ବାପାତ୍ରରେ ହିଁ କଳସ ସ୍ଥାପନ ହୋଇଥାଏ । ତମ୍ବା ପାତ୍ରରେ ଜଳ ସର୍ବଦା ପବିତ୍ର ସାବ୍ୟସ୍ତ ହୋଇଥାଏ । ତମ୍ବାପାତ୍ରରେ ଜଳ ତର୍ପଣ କରିବା ଦ୍ୱାରା ସୂର୍ଯ୍ୟଦେବ ଖୁସି ହୋଇଥାଆନ୍ତି । ପ୍ରାଚୀନ ଆୟୁର୍ବେଦ ଦ୍ୱାରା ମଧ୍ୟ ତମ୍ବାପାତ୍ରର ଉପକାରୀତା ସମ୍ପର୍କରେ ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.