Latest Odisha News

BREAKING NEWS

ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା

ସମ୍ବଲପୁର: ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା। ବୁର୍ଲାରେ ଲୋକେ ଅଟକାଇବାକୁ ଉଦ୍ୟମ କରି ହେଲେ ବିଫଳ। ନଦୀରୁ ଉଦ୍ଧାର ହେଲା ମୃତଦେହ। ମୃତକ ମହିଳା ବୁର୍ଲାର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି। ତେବେ ମହିଳାଜଣଙ୍କ କାହିଁକି ଜୀବନ ହାରିଲେ ତାହାର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ହଠାତ ଅଞ୍ଜୁ ମହାନଦୀ ସେତୁ ଉପରକୁ ଚଢିଥିଲେ। ଏହାକୁ ଦେଖି ରାସ୍ତାରେ ଯାଉଥିବା ଲୋକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କାହା କଥା ଶୁଣି ନଥିଲେ ଅଞ୍ଜୁ। ଫୋନରେ କାହା ସହ କଥା ହୋଇ ପୋଲ ତଳକୁ ଡେଇଁ ପଡ଼ିଥିଲେ ଅଞ୍ଜୁ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରୁ ଅଞ୍ଜୁଙ୍କୁ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ପାଇଁ ଅଞ୍ଜୁ ଜୀବନ ହାରିଛନ୍ତି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୋଲିସର ଅଞ୍ଜୁଙ୍କ ଜୀବନ ହାରିବା ଘଟଣାକୁ ନେଇ ଛାନବିନ ଆରମ୍ଭ କରିଛି ।

Comments are closed.