ଯାଜପୁର : ବାଲିଚନ୍ଦ୍ରପୁର ଥାନା ଅଧୀନସ୍ଥ ପଲେଇ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।
ସୂଚନା ଅନୁଯାୟୀ ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି କେଉଁ ଆଡେ ନେଇ ଯାଇଥିଲେ । ବହୁତ ଖୋଜା ଖୋଜି କରିବା ପରେ ଝିଅକୁ ପାଇ ନଥିଲେ । ପରେ ପରିବାର ଲୋକଙ୍କୁ ଏକ ଫୋନ ଆସିଥିଲା ଜଣେ ଯୁବକ କଲ୍ରେ କହିଥିଲେ ଯେ ଆପଣଙ୍କ ଝିଅ ବିଷ ପିଇ ଦେଇଛି , ସ୍ଥାନୀୟ ଏକ ମେଡିକାଲ ରେ ଅଛି । ସଙ୍ଗେ ସଙ୍ଗେ ଝିଅ ପାଖରେ ପରିବାର ଲୋକେ ପହଞ୍ଚି ଥିଲେ । ପରିବାର ଲୋକଙ୍କୁ ଦେଖି ଦୁଇ ଜଣ ଯୁବକ ସେଠାରୁ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ମେଡିକାଲ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଶୁଭଶ୍ରୀ କଲେଜ ରେ ପାଠ ପଢୁଥିଲେ ।
ସବୁଠୁ ବଡ଼ କଥା ହେଲା ଝିଅ ବିଷ ପିଇବା କଥା ସେ ୨ ଜଣ ଯୁବକ ଜାଣିଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ଶୁଭଶ୍ରୀଙ୍କ ବାପା ? ଏନେଇ ବାପା ଅଭିଯୋଗ ଆଣିଛନ୍ତି ଯେ ଶୁଭଶ୍ରୀଙ୍କୁ ଥଣ୍ଡାରେ ବିଷ ଦେଇ ମାରି ଦେଇଛନ୍ତି । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।
Comments are closed.