Latest Odisha News

BREAKING NEWS

ତିରୁପତିରେ ଦଳାଚକଟା; ଭାଇରାଲ ଭିଡିଓରୁ ଜାଣିଲି ପତ୍ନୀଙ୍କ ମୃତ୍ୟୁ ଖବର

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟା ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପର୍ବ ଆରମ୍ଭ ହେବାକୁ ଯାଉଛି। ୧୦ ଦିନ ଧରି ଚାଲିବ ଏହି ଉତ୍ସବ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ ବଣ୍ଟନ କେନ୍ଦ୍ର ନିକଟରେ ଦଳାଚକଟା ହୋଇଥିଲା। ଯାହାପରେ ଆହତମାନଙ୍କୁ ଶ୍ରୀ ଭେଙ୍କଟେଶ୍ୱର ରାମନାରାୟଣ ରୁଇଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳ ଠାରୁ ପ୍ରାୟ ୪,୦୦୦ ଭକ୍ତ ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ ପାଇଁ ତିରୁପତିର ବିଭିନ୍ନ ଟିକେଟ୍ କେନ୍ଦ୍ରରେ ଧାଡ଼ିରେ ଠିଆ ହୋଇଥିଲେ।

ମୃତ ମଲ୍ଲିକାଙ୍କ ସ୍ୱାମୀ କହିଛନ୍ତି, ‘ମୋ ସ୍ତ୍ରୀ ମଲ୍ଲିକା ଅନ୍ୟ ଲୋକଙ୍କ ସହିତ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ଲାଗି ଲାଇନରେ ଛିଡା ହୋଇଥିଲେ।’ ଏହି ସମୟରେ ହଠାତ୍ ଦଳାଚକଟା ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏ ଘଟଣା ସମ୍ପର୍କରେ ଏକ ଭାଇରାଲ ଭିଡିଓରୁ ଜାଣିବାକୁ ପାଇଥିଲୁ।

ଅପରପକ୍ଷରେ ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର।

ତେବେ ଏହି ପ୍ରସଙ୍ଗରେ ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡ (ଟିଟିଡି) ଅଧ୍ୟକ୍ଷ ବି.ଆର. ନାଇଡୁ କହିଛନ୍ତି ଯେ ଭିଡ ଭତରେ ଜଣେ ମହିଳା ଅସୁସ୍ଥ ଅନୁଭବ କରୁଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଫାଟକ ଖୋଲିବା ମାତ୍ରେ ଲୋକମାନେ ଗେଟ୍ ଡେଇଁ ଆଗକୁ ବଢ଼ି ଯାଇଥିଲେ। ଫଲରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ‘ଦଳାଚକଟାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଅଘଟଣ ପରେ ଏକ ଜରୁରୀକାଳୀନ ବୈଠକ ମଧ୍ଯ ଡକାଯାଇଥିଲା।

 

Leave A Reply

Your email address will not be published.