Latest Odisha News

ଟ୍ରେନ ଧକ୍କାରେ ମାଆ ମୃତ, ବର୍ତ୍ତିଗଲା ୪ ବର୍ଷର ଶିଶୁ

ଝାରସୁଗୁଡା: ଟ୍ରେନ ଧକ୍କାରେ ଚାଲିଗଲା ମାଆର ଜୀବନ। ବଞ୍ଚିଗଲା ପୁଅ। କୁନି ପୁଅ ଆଖି ଆଗରେ ଚାଲିଗଲା ମାଆର ଜୀବନ। ଟ୍ରେନ ଧକ୍କାରେ ମାଆ ମୃତ, ବର୍ତ୍ତିଗଲା ୪ ବର୍ଷର ଶିଶୁପୁତ୍ର। ଝାରସୁଗୁଡା ବେଲପାହାଡ଼ ରେଳ ଫାଟକ ନିକଟରେ ଘଟିଛି ଏହି ଅଭାନୀୟ ଦୁର୍ଘଟଣା।

ଉତ୍କଳ ଏକ୍ସପ୍ରେସ ଧକ୍କାରେ ମାଆର ମୃତ୍ୟୁ ହୋଇଥିବାବେଳେ ଶିଶୁପୁତ୍ର ଅଳ୍ପକେ ବର୍ତ୍ତିଯାଇଛି । ମୃତ ମହିଳା ଜଣକ ମଞ୍ଜୁ ଯାଦବ ବୋଲି ପୋଲିସ ସୂଚନା ଦେଇଛି । ସେ ଯାଯାବର ଭାବେ ବେଲପାହାଡ଼ ଅଞ୍ଚଳରେ ରହୁଥିଲେ। ଗତକାଲି ଅପରାହ୍ନରେ ମହିଳା ଜଣକ ନିଜ ଶିଶୁ ପୁତ୍ରକୁ ଧରି ରେଳ ଧାରଣା ପାର ହେଉଥିବାବେଳେ ଉତ୍କଳ ଏକ୍ସପ୍ରେସ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା।

ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.