Latest Odisha News

BREAKING NEWS

ପାଣି ଟାଙ୍କିରେ ବୁଡ଼ିଯାଇ ୯ ମାସର ଶିଶୁ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୃଗନୟନୀ ଗ୍ରାମର ଏକ ଘରର ଛାତ ଉପରେ ଥିବା ପାଣି ଟାଙ୍କି ଭିତରେ ଏକ ଶିଶୁ ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଶିଶୁର ମା ମିତାରାଣୀ ଅଭିଯୋଗ କରିଛନ୍ତି ଯେ ସେ ବାସନ ମାଜିବାକୁ ବାହାରକୁ ଯାଇଥିବା ବେଳେ ସୋମବାର ଦିନ ତାଙ୍କ ଘରର ବଡ଼ ବୋହୂ ଏବଂ ଶାଶୁ ମିଶି ଶିଶୁଟିକୁ ହତ୍ୟା କରିଛନ୍ତି। ଘରକୁ ଫେରିବା ପରେ ଶିଶୁଟି ନିଖୋଜ ଥିବା ଦେଖି ସେ ଘର ଚାରିପାଖରେ ଖୋଜିଥିଲେ। ପରିଶେଷରେ ସେ ତାଙ୍କୁ ପାଣି ଟାଙ୍କି ଭିତରେ ଠାବ କରିଥିଲେ।

ସଙ୍ଗେସଙ୍ଗେ ଶିଶୁଟିକୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ତେବେ ଚାନ୍ଦବାଲି ପୋଲିସ ତାଙ୍କ ଶାଶୁଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.