Latest Odisha News

BREAKING NEWS

କୁନି ପୁଅକୁ ସାହା ହେଲେ ଶାହାରୁଖ

ମୁମ୍ବାଇ: ଗତ ସପ୍ତାହରେ, ମୁଜାଫରପୁର ରେଳ ଷ୍ଟେସନରେ ଜଣେ ଛୋଟ ପିଲା ନିଜ ମୃତ ମାତାଙ୍କୁ ଜାଗ୍ରତ କରିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ୍ ଭାଇରାଲ ହେବାରେ ଲାଗିଥିଲା। ଏହି ହୃଦୟ ବିଦାରକ କାହାଣୀର ହୋଇଛି ଏକ ଭଲ ସମାପ୍ତି । ବଲିଉଡର ବାଦଶାହ ଶାହରୁଖ ଖାନ ଏହି ଛୋଟ ପିଲାଟିକୁ ଉଦ୍ଧାର କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଶାହାରୁଖଙ୍କ ମିର ଫାଉଣ୍ଡେସନ ଶିଶୁଟିକୁ ଉଦ୍ଧାର କରି ବିହାରରେ ରହୁଥିବା ତାର ପରିବାର ସଦସ୍ୟଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା ​​। ପିଲାଟି ବର୍ତ୍ତମାନ ତାଙ୍କ ଜେଜେବାପାଙ୍କ ଦାୟିତ୍ବରେ ଅଛି । ଏହାସହ ଶାହରୁଖଙ୍କ ମିର ଫାଉଣ୍ଡେସନ୍ ମଧ୍ୟ ତାଙ୍କ ପ୍ରତିପୋଷଣ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବ ବୋଲି କଥା ଦେଇଛି ।

ମିର ଫାଉଣ୍ଡେସନର ଏକ ଟ୍ୱିଟକୁ ରିଟ୍ୱିଟ କରି ଶାହାରୁଖ ଏହି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

ଗତ ସପ୍ତାହରେ କରୋନାଭାଇରସ ଯୋଗୁଁ ହୋଇଥିବା ଲକଡାଉନ ସମୟରେ ଭୋକ ଓ ପ୍ରବଳ ଖରା ହେତୁ ଏହି ଛୁଆର ମା ଅହମ୍ମଦାବାଦ-କାଟିହର ଶ୍ରାମିକ୍ ସ୍ୱତନ୍ତ୍ର ଟ୍ରେନରେ ମୃତ୍ୟୁ ବରଣ କରିଥିଲେ। ଆମ୍ବୁଲାନ୍ସ ଆସି ଉଠାଇବା ପର୍ଯ୍ୟନ୍ତ ମୃତଦେହ ପ୍ଲାଟଫର୍ମରେ ପଡ଼ିରହିଥିଲା। ଏହି ଭାଇରାଲ ଭିଡିଓରେ, ତାର ମାଆ ଏ ଦୁନିଆରୁ ବିଦାୟ ନେଇଥିବା କଥାରୁ ଅଜ୍ଞ ପିଲାଟି ମାଆ ଘୋଡେଇ ହୋଇଥିବା ଏକ କପଡା ଟାଣି ତାକୁ ଉଠାଉ ଥିବାର ନଜର ଆସିଥିଲା।ଯାହା ଅତ୍ୟନ୍ତ ହୃଦୟ ବିଦାରକ ଥିଲା ।

Leave A Reply

Your email address will not be published.