Latest Odisha News

BREAKING NEWS

ଯୁବତୀଙ୍କୁ ସରକାରୀ ବାବୁଙ୍କ ଦୁର୍ବ୍ୟବହାର ଅଭିଯୋଗ

ବାରିପଦା: ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ମ୍ୟୁନିସିପାଲଟି ସରକାରୀ ବାବୁ । ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ବାରିପଦା ଟାଉନ ଥାନାରେ ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଜୁବଲି ପାର୍କ ଟିକେଟ କାଉଣ୍ଟରରେ ଯୁବତୀ ଜଣକ ଟିକେଟ କାଟୁଥିବା ସମୟରେ ମ୍ୟୁନିସିପାଲଟିର ସରକାରୀ ବାବୁ ସଚ୍ଚିଦାନନ୍ଦ ସେଠାକୁ ପହଞ୍ଚିଥିଲେ । ଯୁବତୀଙ୍କଠାରୁ ଟିକେଟ ବହି ଛଡାଇ ନେଇ ସେ ଯୁବତୀଙ୍କ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିସହିତ ବାବୁ ଜଣକ ଯୁବତୀଙ୍କୁ କହିଥିଲେ ‘ମୋ କଥାରେ ରାଜି ହୋଇଯା ନହେଲେ ତୋ ଚାକିରି ନେଇଯିବି’ ।

ଏ ନେଇ ଯୁବତୀ ଜଣକ ସରକାରୀ ବାବୁ ସଚ୍ଚିଦାନନ୍ଦଙ୍କ ନାଁରେ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସରକାରୀ ବାବୁ ସଚ୍ଚିଦାନ୍ଦଙ୍କୁ ଯୋଗାଯୋଗ କରିବାରୁ ସେ ସମସ୍ତ ଘଟଣା ମିଥ୍ୟା ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.