Latest Odisha News

BREAKING NEWS

ଯାଜପୁରରେ ମାତିଛନ୍ତି ଲୁଟେରା

ଯାଜପୁର: ଯାଜପୁରରେ ମାତିଛନ୍ତି ଲୁଟେରା । ମହିଳାଙ୍କ ବେକରେ ଛୁରି ଲଗାଇ ଲୁଟିନେଲେ ସୁନା ଚେନ୍। ଯାଜପୁର ଥାନା କୋଦଣ୍ଡପୁର ଅଞ୍ଚଳରେ ଏପରି ଅଘଟଣ ଘଟିଛି । ସୁନ୍ଦରମୁହିଁ ଅଞ୍ଚଳରୁ ଯାଜପୁର ଟାଉନ୍ ଥାନା ଅଭିମୁଖେ ଆସୁଥିବା ଶ୍ରାବଣୀ ପାତ୍ରଙ୍କୁ କୋଦଣ୍ଡପୁର ଅଞ୍ଚଳରେ ଅଟକାଇ ତାଙ୍କ ବେକରୁ ସୁନା ଚେନ୍ ଲୁଟିନେଇଛନ୍ତି ଦୁର୍ବୁତ । ଦୁଇ ଜଣ ଲୁଟେରା ବାଇକରେ ଆସି ଏଭଳି ଲୁଟ୍ କରିଛନ୍ତି। ଦୁଇ ଜଣ ଯୁବକ ହେଲମେଟ୍ ପିନ୍ଧିଥିଲେ। ଲୁଟ୍ କରିବା ପରେ ଉଭୟ ଫେରାର ହୋଇଯାଇଥିଲେ। ଏନେଇ ମହିଳା ଜଣକ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରଖିଛି।

Comments are closed.