Latest Odisha News

BREAKING NEWS

ଦୂତୀଙ୍କ ଅଭିଯୋଗରେ ୱେବ୍ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ୱେବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ । ଆଜି ଭୁବନେଶ୍ୱରରେ ମହିଳା ଥାନା ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି ।

ଅଲିମ୍ପିକ ଗେମ୍ସରୁ ଫେରିବା ପରେ ଗତ ୧ ତାରିଖରେ ଦୂତୀ ଚାନ୍ଦ ଫୋକସ୍ ପ୍ଲସ ନାମକ ଏକ ୱବ୍ ପୋର୍ଟାଲର ଏଡିଟର୍ ସୁଧାଂଶୁ ଶେଖର ରାଉତଙ୍କ ସମେତ ଅନ୍ୟ ଦୁଇଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଦୂତୀଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ସୁଧାଂଶୁ ଓରଫ ବାପି ରାଉତଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ଅନ୍ୟପଟେ ଫୋକସ୍ ପ୍ଲସ୍‌ରେ ବ୍ୟବହାର ହେଉଥିବା ଲାପ୍‌ଟପ୍‌, କମ୍ପ୍ୟୁଟର୍ ଓ ମୋବାଇଲକୁ ପୋଲିସ ଜବତ କରିଛି । ସୁୁଧାଂଶୁଙ୍କ ବିରୋଧରେ ଦୂତୀ ଦାଦାଗିରି, ବଟି ଆଦା. ଅଶ୍ଳୀଳ ମନ୍ତବ୍ୟ ଓ ବଦନାମ କରିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ସବିଶେଷ ତଥ୍ୟ ଅନୁଯାୟୀ ୩୮୫, ୨୯୨,୩୫୪, ୫୦୬, ୫୦୯ ଓ ୧୨୦(ବି) ଦଫାରେ ମାମଲା ରୁଜୁ ହୋଇଛି ।

ଟୋକିଓ ଅଲିମ୍ପିକରେ ଇଭେଣ୍ଟ ପାଇଁ ଦୂତୀ ବ୍ୟସ୍ତ ଥିବାବେଳେ ସଂପୃକ୍ତ ପୋର୍ଟାଲ୍ ସୋସିଆଲ୍ ମିଡିଆରେ ଅନେକ ଆପତ୍ତିଜନକ ଖବର ପ୍ରକାଶ କରିଥିଲା । ଏପରିକି ଦୂତୀଙ୍କ ପାରିବାରିକ ସମ୍ପର୍କକୁ ନେଇ ଫୋନ୍ କଲ ଓ ହ୍ୱାଟ୍ସଆପ୍ ଜରିଆରେ ଚାପ ପକାଇ ଆସୁଥିିଲା । ତେବେ ଘଟଣା ଏତିକିରେ ଥମିନଥିଲା । ଦୂତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ୱବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ଅନେକ ଆପତ୍ତି ଜନକ ପୋଷ୍ଟ ଉଭୟ ଫେସବୁକ ଓ ୱେବସାଇଟ୍‌ରେ ପ୍ରକାଶ କରିଥିଲା । ଫଳରେ ତାଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥିଲା ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଦୂତୀ ଅଭିଯୋଗ କରିଥିଲେ ।

ଏହି ଘଟଣାକୁ ନେଇ ଦୂତୀ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାରଣ ଓ ବଦନାମ କରିବା ଅଭିଯୋଗରେ ଦୂତୀ ଭୁବନେଶ୍ୱର ସିଭିଲ୍ କୋର୍ଟରେ ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାୟର କରିଥିଲେ । ଅନ୍ୟପଟେ ଜଣାଶୁଣା ଗଣମାଧ୍ୟମ ଆଗରେ ସୁଧାଂଶୁ ଏହି ଘଟଣାକୁ ନେଇ ଦୂତୀଙ୍କ ସହ କୌଣସି ବ୍ୟକ୍ତିଗତ ମନମତାନ୍ତର ନଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.