ନୂଆଦିଲ୍ଲୀ: ମାଗଣା ସରକାରୀ ସହାୟତା ପାଇଁ ୧୭ଥର ଗର୍ଭବତୀ ହେଲେ ମହିଳା । ସରକାରଙ୍କୁ ଲଗାଇଲେ ୯୮ଲକ୍ଷର ଚୁନା । ପେଟରେ ତକିଆ ବାନ୍ଧି ଗର୍ଭବତୀ ହେବାର ନାଟକ କରୁଥିଲେ ମହିଳା । ଏବେ ଗିରଫ ହୋଇ ଜେଲରେ ଦଣ୍ଡ ଭୋଗୁଛନ୍ତି ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଇଟାଲିରେ । ମହିଳାଙ୍କ ନାଁ ହେଉଛି ବାରବରା । ବର୍ତ୍ତମାନ ତାଙ୍କ ବୟସ ୫୦ବର୍ଷ । ମହିଳା ଜଣଙ୍କୁ ଦେଢ ବର୍ଷର ଦଣ୍ଡ ଶୁଣାଯାଇଛି ।
ଗର୍ଭବତୀମହିଳାଙ୍କୁ ସରକାରୀ ସହାୟତା ଭାବରେ ମିଳୁଥିବା ଟଙ୍କାକୁ ହଡପ କରିବା ପାଇଁ ମହିଳା ଜଣଙ୍କ ଏପରି ନାଟକ ରଚିଥିଲେ । ସରକାରୀ ସହାୟତାରେ ମିଳିଥିବା ୯୮ଲକ୍ଷ ଟଙ୍କା ହଡପ କରିଛନ୍ତି ମହିଳା । ଏହି ୫୦ ବର୍ଷିୟ ମହିଳା ଜଣଙ୍କ କେବଳ ଯେ ଟଙ୍କା ହଡପ କରିଛନ୍ତି ତାହା ନୁହେଁ ବରଂ ମିଛ ଗର୍ଭର ନାଟକ କରି ଅଫିସରୁ ବାରମ୍ବାର ଛୁଟି ମଧ୍ୟ ଆଣିଛନ୍ତି । ୨୦୦୦ମସିହାରୁ ସେ ଦୀର୍ଘ ୨୪ବର୍ଷ ଧରି ଏହି ନଟକ କରିଆସୁଛନ୍ତି ।
ରିପୋର୍ଟ ଅନୁସାରେ, ଯେତେବେଳେ ମହିଳା ଜଣଙ୍କୁ ଏହି ବିଷୟରେ ପଚରାଯାଇଥିଲା ତେବେ ମହିଳା ଜଣଙ୍କ କହିଥିଲେ ଯେ, ମହିଳାଜଣଙ୍କର ୫ଥର ଗର୍ଭ ସଫଳ ହୋଇଥିବା ବେଳେ ସେ ୧୨ଥର ଗର୍ଭପାତ କରିଛନ୍ତି । ସେ କହିଛନ୍ତି ଯେ, ସେ ଶେଷ ଥର ଗତବର୍ଷ ଡିସେମ୍ବର ମାସରେ ଗର୍ଭବତୀ ହୋଇଥିଲେ । ତେବେ ଏନେଇ ପୋଲିସ କହିଛି ଯେ, ମହିଳା ଜଣଙ୍କ ସମ୍ପୁର୍ଣ୍ଣ ମିଛ କହୁଛନ୍ତି । ଗତ ୯ମାସ ଧରି ପୋଲିସ ମହିଳାଙ୍କ ଉପରେ ନଜର ରଖିଥିଲା । ଏହି ଠକେଇକୁ ସଫଳ କରିବା ପାଇଁ ଏକ ଇଟାଲିର ରାଜଧାନୀରେ ଥିବା ଏକ କ୍ଲିନିକରୁ ନକଲି କାଗଜପତ୍ର ସହ ଜନ୍ମପ୍ରମାଣ ପତ୍ର ମଧ୍ୟ ସଂଗ୍ରହ କରିଥିଲେ । ଲୋକମାନଙ୍କୁ ଦେଖାଇବା ପାଇଁ ସେ ତାଙ୍କ ପେଟରେ ତକିଆ ବାନ୍ଧିଦେଉଥିଲେ ।
ତେବେ ଏନେଇ ମହିଳାଙ୍କ ସ୍ଵାମୀ କହିଛନ୍ତି ଯେ, ସେ ଜାଣିଥିଲେ ଯେ ବାରବରା କେବେ ହେଲେ ମଧ୍ୟ ଗର୍ଭବତୀ ନଥିଲେ । ତେବେ ଏହି ଠକେଇ ମାମଲାରେ ମହିଳାଙ୍କ ସ୍ଵାମୀ ମଧ୍ୟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।
Comments are closed.