Latest Odisha News

BREAKING NEWS

ଗଳା କାଟି ବୀଭତ୍ସ ହତ୍ୟା, ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ବୀଭତ୍ସ ଓ ଅମାନୁଷିକ ହତ୍ୟାକାଣ୍ଡ । ଗଳା କାଟି ମହିଳାଙ୍କୁ ନିର୍ମମ ହତ୍ୟା । ବାଉଶ ବୁଦା ମୂଳରେ ବେକ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ନୂଆପୋଖରୀ ଗାଁରେ ।

ମୃତକଙ୍କ ନାଁ ରାଧାରାଣୀ ମହାନ୍ତି । ଗତକାଲିଠାରୁ ସେ ନିଖୋଜ ଥିଲେ । ଆଜି ସକାଳୁ ଗାଁ ପାଖ ରାସ୍ତାକଡ଼ରେ ଥିବା ବାଉଁଶ ବୁଦା ନିକଟରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ବେକକୁ କେହି କାଟି ହତ୍ୟା କରିଛନ୍ତି । ମହିଳାଙ୍କ ସ୍ୱାମୀ ନାରାୟଣ ମହାନ୍ତି ଘଟଣା ପରଠୁ ଫେରାର୍ ଅଛନ୍ତି ।

ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଭଣ୍ଡାରିପୋଖରୀ ଥାନା ପୋଲିସ । କେଉଁ କାରଣରୁ ମହିଳାଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଗଲା ସେନେଇ ସ୍ପଷ୍ଟ ସୂଚନା ମିଳି ନାହିଁ । 6ବର୍ଷ ପୂର୍ବେ ରାଧାରାଣୀ ଓ ନାରାୟଣଙ୍କ ବିବାହ ହୋଇଥିଲା । ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.