Latest Odisha News

ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ସନ୍ତାନର ମା’ହେବାକୁ ଚାହାନ୍ତି ପ୍ରିୟଙ୍କା!

ନୂଆଦିଲ୍ଲୀ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ବେବି ପ୍ଲାନିଂକୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କେତୋଟି ପିଲାର ମା ହେବାକୁ ଚାହୁଁଛନ୍ତି ତାହା ମଧ୍ୟ ବୟାନ କରିଛନ୍ତି।

BjdElectrycity

ନିକଟରେ ପ୍ରିୟଙ୍କା ଚୋପ୍ରା ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି। ଏହି ସମୟରେ ସେ ତାଙ୍କ ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ କଥା ହୋଇଥିଲେ। ବାସ୍ତବରେ, ନିକ ଜୋନାସଙ୍କ ଭାଇ ଜୋ ଜୋନାସ ଏବଂ ତାଙ୍କ ପତ୍ନୀ ସୋଫି ଟର୍ନର ଗତ ବର୍ଷ ପିତାମାତା ହେବାର ସୌଭାଗ୍ୟ ଲାଭ କରିଥିଲେ। ଏଭଳି ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରାଙ୍କୁ ଯେତେବେଳେ ସେ କେବେ ମା ହେବେ ବୋଲି ପଚରାଯାଇଥିଲା। ଏହି ପ୍ରଶ୍ନରେ ଅଭିନେତ୍ରୀ ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି।

ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ସେ ଗୋଟିଏ କିମ୍ବା ଦୁଇ ନୁହେଁ ଅନେକ ସନ୍ତାନ ପାଇବାକୁ ଚାହୁଁଛନ୍ତି। ସେ କହିଥିଲେ, ‘ଯେତେବେଳେ ନିକ ଜୋନାସ ମୋ ସାଥିରେ ଅଛନ୍ତି ସେତେବେଳେ ମୁଁ ବହୁତ ଆରାମଦାୟକ ଅନୁଭବ କରେ। ମୁଁ ଜଣେ ଝିଅ ଯିଏ ନିଜ ଜୀବନକୁ ସର୍ବୋତ୍ତମ ଉପାୟରେ ବଞ୍ଚିବାକୁ ଚାହୁଁଛି। ନିକ ଜୋନାସଙ୍କ ପରି ସାଥୀ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରେ। ‘

Leave A Reply

Your email address will not be published.