Latest Odisha News

BREAKING NEWS

ଅନୁଗୁଳ: ମୂମୁର୍ଷ ଅବସ୍ଥାରେ ମହିଳା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗୁରୁଧି ଗ୍ରାମ ନିକଟରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଉକ୍ତ ମହିଳା ଜଣକ ସେହି ଗ୍ରାମର ପ୍ରଣବବନ୍ଧୁ ପ୍ରଧାନଙ୍କ ସ୍ତ୍ରୀ ବୋଲି ଜଣାପଡିଛି । ଆହୁରି ମଧ୍ୟ ପାଖାପାଖି ୫ଜଣ ଲୋକ ସମ୍ପୃକ୍ତ ମହିଳାଙ୍କୁ ବଳପୂର୍ବକ ବିଷ ପିଆଇଦେଇଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଲୋକେ ଉକ୍ତ ମହିଳାଙ୍କୁ ରାସ୍ତା ଉପରେ ମୂମୁର୍ଷ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ । ପରବର୍ତ୍ତୀ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତକାଲି କୌଣସି କାରଣବଶତଃ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସେ ଘରୁ ପଳାଇ ଆସି ତାଙ୍କ ସାଙ୍ଗ ଘରେ ରହିଥିଲେ। ତେବେ ସେ କେଉଁ ପରିସ୍ଥିତିରେ ରାସ୍ତାରେ ପଡିଥିଲେ ସେନେଇ ଏଯାବତ୍ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.