Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ପୂର୍ବତନ ଜଳେଶ୍ୱର ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ

ବାଲେଶ୍ୱର : ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ଗୁରୁବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଶ୍ରୀଯୁକ୍ତ ଚାନ୍ଦ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । “୧୯୯୨ ମସିହାରୁ ସେ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ପରିଶେଷରେ ଦଳ ତାଙ୍କ ପ୍ରତି ଉଚିତ୍ ବ୍ୟବହାର କରିନାହିଁ” ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଏବେ ଲୋକଙ୍କର ଦଳ ହୋଇରହିନାହିଁ, ତାହା ଏବେ ଏକ ବ୍ୟବସାୟୀକରଣ ପାଲଟିଗଲାଣି ।

ଶ୍ରୀଯୁକ୍ତ ଚାନ୍ଦଙ୍କୁ ବିଜେପି ଦଳରୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ଟିକେଟ୍ ମିଳିବାର ସମ୍ଭାବନା ରହିଥିବା ନେଇ ବିଜେପିର ଦଳୀୟ ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ ୨୦୦୯ ବିଧାନସଭା ନିର୍ବାଚନରେ ସେ ଜଳେଶ୍ୱରରୁ ନିର୍ବାଚନ ଜିତିଥିଲେ । ପରବର୍ତ୍ତୀ ସମୟରେ ୨୦୧୪ ବିଧାନସଭା ନିର୍ବାଚନରେ ଶ୍ରୀଯୁକ୍ତ ଚାନ୍ଦ ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ରଙ୍କ ଠାରୁ ହାରି ଯାଇଥିଲେ ।

Leave A Reply

Your email address will not be published.