Latest Odisha News

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଗୌରୀ ନଗର ୫ନଂ ଲେନରେ  ଘର ମଧ୍ୟରୁ ରବିବାର ଦିନ ସକାଳୁ ଲିଙ୍ଗରାଜ ପୋଲିସ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି ।

ପ୍ରାଥମିକ ତଦନ୍ତ ପରେ ମୃତକ ମହିଳାଙ୍କ ନାମ ଅଳକା ବୋଲି ଜଣାପଡିଥିବା ବେଳେ ସେ ଉକ୍ତ ଭଡା ଘରେ ଅନିତା ନାମ୍ନୀ ଅନ୍ୟ ଜଣେ ମହିଳାଙ୍କ ସହିତ ରହୁଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣବଶତଃ ଯୁକ୍ତିତର୍କ ଲାଗିବାରୁ ଏଥିରେ ଅନିତା ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ଅଳକାର ବେକ କାଟିଦେଇଥିଲା । ଏସମ୍ପର୍କରେ ଖବର ପାଇଁ ଘର ମାଲିକ ପୋଲିସକୁ ସୂଚନା ଦେଇଥିଲେ ।

ଆହୁରି ମଧ୍ୟ ପରବର୍ତ୍ତୀ ସମୟରେ ଲିଙ୍ଗରାଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ନେଇ ଜଣାପଡିଛି । ଏହି ଘଟଣାରେ ପୋଲିସ ଅନିତାକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.