Latest Odisha News

BREAKING NEWS

ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ଦଳରେ ଏବେ ଗୋଟିଏ ପକ୍ଷରେ ବରିଷ୍ଠ ନେତା ମାନେ ଦଳ ପରିତ୍ୟାଗ କରୁଥିବା ବେଳେ ଅନ୍ୟ ପଟରେ ଦଳୀୟ ହାଇକମାଣ୍ଡ ଦଳ ବଞ୍ଚାଇବାକୁ ବରିଷ୍ଠ ନେତାମାନଙ୍କୁ ଦଳରୁ ବହିଷ୍କୃତ କରିବାରେ ଲାଗିଛନ୍ତି ।

କଂଗ୍ରେସ ନେତା ତଥା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ପରେ ଶନିବାର ଦିନ ରାଜ୍ୟ ଶାଖା କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ବିଶୃଙ୍ଖଳିତ ଆଚରଣ ଲାଗି ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରାଯାଇଛି ।

“ଗଣମାଧ୍ୟମ ଆଗରେ ଏହି ନେତାମାନେ ଦଳ ପଦାଧିକାରୀ ତଥା କର୍ମକର୍ତ୍ତାଙ୍କ ବିରୋଧରେ ମନ୍ତବ୍ୟ ତଥା ଦଳ ବିରୋଧି ମନ୍ତବ୍ୟ ଦେଇଥିବା ଯୋଗୁଁ ପ୍ରାଥମିକତା ସଦସ୍ୟ ପଦରୁ ବହିଷ୍କୃତ କରାଗଲା,” ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡ଼ିଶା ପିସିସି ଶୃଙ୍ଖଳାଗତ କମିଟି ଆବାହକ ଅନନ୍ତ ସେଠୀ ।

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିତାଡ଼ିତ ହେବାର ୩ ଦିନ ପରେ ସେ ଦଳର କୋର୍ କମିଟି ତଥା ପ୍ରଚାର କମିଟିରୁ ଇସ୍ତଫା ପ୍ରଦାନ କରିଥିଲେ । ଗତବର୍ଷ ଡ଼ିସେମ୍ବର ୯ ତାରିଖରେ ଶ୍ରୀକାନ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କରି ବିଭିନ୍ନ ମନ୍ତବ୍ୟ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ ।

ତେବେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆନୁଷ୍ଠାନିକ ଭାବେ ନିଜ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ସେ କୁନ୍ଦୁଲି ଗଣଦୁଷ୍କର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ବା ଦୋଷୀ ଏପର୍ଯ୍ୟନ୍ତ ଦଣ୍ଡ ନପାଇବାରେ କ୍ଷୋଭ ପ୍ରକାଶ କରି ତାଙ୍କର ଇସ୍ତଫାପତ୍ର ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ ।

ବିଧାୟକ ପଦରୁ ଇସ୍ତଫା ଦେବା ପରେ ମଧ୍ୟ କଂଗ୍ରେସ ଦଳରେ ରହି କାର୍ଯ୍ୟ କରିବାକୁ ସେ କହିଥିଲେ ।

Leave A Reply

Your email address will not be published.