ମୟୂରଭଞ୍ଜ:ପୁଣି ରାଜ୍ୟରେ ଲଜ୍ଜ୍ୟା । ଚାକିରି ଦେବା ନାଁରେ ଯୁବତୀଙ୍କୁ ଘରୁ ଡାକି ନେଇ ଗାଡ଼ି ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଉଦଳା ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଯୁବତୀଙ୍କୁ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଘରୁ ଡାକିଆଣି ଗଣଦୁଷ୍କର୍ମ କରିଛନ୍ତି ୫ ଦୁର୍ବୃତ୍ତ। ତେବେ ପୋଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବାବେଳେ, ଏପର୍ଯ୍ୟନ୍ତ ୨ ଯୁବକ ଧରାପଡ଼ିଥିବା ଜଣାପଡ଼ିଛି।
ସୂଚନାନୁସାରେ, ଜଣେ ଯୁବକ ଯୁବତୀଙ୍କୁ ଏକ ମେଳାରେ ଭେଟିଥିଲେ। ସେଠାରୁ ମୋବାଇଲ ନମ୍ବର ନେଇଥିଲେ । ଉକ୍ତ ଯୁବକ ତାଙ୍କୁ ଚାକିରି ପ୍ରଲୋଭନ ଦେଖାଇଥିଲେ ଓ ଆଉ ଶନିବାର ଯୁବକ ତାଙ୍କ ଅନ୍ୟ ସହଯୋଗୀଙ୍କ ସହ ବାଙ୍ଗିରିପୋଷି ଯାଇଥିଲେ । ସେଠାରୁ ଯୁବତୀଙ୍କୁ ଏକ ଭ୍ୟାନ୍ରେ ନେଇ ବାହାରିଥିଲେ। ପ୍ରାୟ ୮୦ କିଲୋମିଟର ଗଲା ପରେ ଉଦଳା- ବାଲେଶ୍ୱର ରାଜ୍ୟ ରାଜପଥ କଡ଼ରେ ଗାଡ଼ି ଛିଡ଼ା କରି ୫ ଯୁବକ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ତେବେ ଯୁବତୀ ଜଣକ ଚିତ୍କାର ଅଭିଯୁକ୍ତମାନେ ଗାଡ଼ି ବାହାରକୁ ଯୁବତୀଙ୍କୁ ଠେଲି ଦେଇ ଘଟଣାସ୍ଥଳରୁ ଭ୍ୟାନ ନେଇ ଫେରାର ହୋଇଯାଇଥିଲେ। ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଘରକୁ ପଠାଇଥିଲେ। ପରେ ଯୁବତୀ ଜଣଙ୍କ ଘରେ ସବୁ ଘଟଣା କହିଥିଲେ । ଏହା ପରେ ଶନିବାର ଏନେଇ ଥାନାରେ ଅଭିଯୋଗ ହୋଇଛି।
Comments are closed.