ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ଲକ୍ ଥାନା ଅଞ୍ଚଳରେ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ସମେତ ୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମହିଳା ଜଣକ ଘରୋଇ ସମସ୍ୟା ଯୋଗୁଁ ଘରୁ ବାହାରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ମହିଳା ଜଣକ ରାସ୍ତାରେ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ଭେଟିଥିଲେ। ଏହି ସମ୍ପର୍କୀୟ ଦୁଇ ସହଯୋଗୀଙ୍କ ସହ ତାଙ୍କ ସହ ଆଲୋଚନା କରି ତାଙ୍କୁ ଘରକୁ ଫେରାଇ ଆଣିବାରେ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ।
କିନ୍ତୁ ତାଙ୍କୁ ଘରକୁ ନେବା ପରିବର୍ତ୍ତେ ପାରାଦୀପ ଦୋଛକି ସ୍ଥିତ ଏକ ଘରକୁ ନେଇ ଯାଇ ରାତିସାରା ଯୌନ ନିର୍ଯାତନା ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ସେହି ସ୍ଥାନରେ ଛାଡ଼ି ଫେରାର ହୋଇଯାଇଥିଲେ।
ପୀଡ଼ିତା ସାହସ ଜୁଟାଇ ଥାନାରେ ଘଟଣା ସମ୍ପର୍କରେ ଜଣାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ମହିଳାଙ୍କ ବୟାନକୁ ଭିତ୍ତି କରି ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି।
ଏଥିସହ ପୋଲିସ କର୍ତ୍ତୃପକ୍ଷ ମହିଳାଙ୍କ ଡାକ୍ତରୀ ମାଇନା କରି ଅଧିକ ପ୍ରମାଣ ସଂଗ୍ରହ କରୁଛନ୍ତି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତମାନେ ପୋଲିସ ହେପାଜତରେ ଅଛନ୍ତି ।
Comments are closed.