Latest Odisha News

BREAKING NEWS

ବ୍ୟାଡମିଣ୍ଟନ ଖେଳରୁ ବିବାଦ: ଭାଇକୁ ଛୁରୀ ମାରିଲା ଭାଇ

ସୋନପୁର: ଝିମିଟି ଖେଳରୁ ମହାଭାରତ ଭଳି ବ୍ୟାଡମିଣ୍ଟନ ଖେଳକୁ  ନେଇ ବିବାଦ ଦେଖାଦେବା ପରେ ଜଣେ ଭାଇ ଆଉ ଜଣେ ଭାଇକୁ ଛୁରୀରେ ଆକ୍ରମଣ କରିଛି। ଗୁରୁବାର ସଂଧ୍ୟାରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସମସ୍ତେ ସ୍ତବ୍ଧ।

ଗୁରୁବାର ସନ୍ଧ୍ୟାରେ ଦୁଇ ଭାଇ ମହମ୍ମଦ ତନୁଜାଲ ଏବଂ ମହମ୍ମଦ ଅମୀରଙ୍କ ମଧ୍ୟରେ ଏକ ବ୍ୟାଡମିଣ୍ଟନ ମ୍ୟାଚ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳୁଥିଲେ। ଏହି ସମୟରେ କଥାକଟାକଟିରୁ ହିଂସାତ୍ମକ ମୁକାବିଲାରେ ପରିଣତ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମ୍ୟାଚ ବେଳେ ଝଗଡା ହୋଇଥିଲା। ଏଥିରେ ରାଗି ଯାଇ ତନୁଜାଲ ଛୁରୀ ଧରି ତାଙ୍କ ଭାଇ ଅମୀରଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ ଉଭୟ ଏଥିରେ କ୍ଷତାକ୍ତ ହୋଇଛନ୍ତି।

ଏହି ଖବର ଜଣାପଡିବା ପରେ ସୋନପୁରର ମାଛିପଦାରେ ଚାଂଚଲ୍ୟ ଖେଳିଯାଇଛି। ଶୀତୁଆ ରାତିରେ ହଠାତ ଏଭଳି ନାରକୀୟ କାଣ୍ଡକୁ ନେଇ ଆଖପାଖରେ ଚାଂଚଲ୍ୟ ଖେଳିଯାଇଛି। ଅମୀର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

କିଛି ସମୟ ପରେ ପୁଲିସ ପହଞ୍ଚି ଉଭୟ ଭାଇଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ପ୍ରକୃତ ପରିସ୍ଥିତି ଜାଣିବା ଏବଂ ତନୁଜାଲଙ୍କ ଏହି କାର୍ଯ୍ୟ ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ବର୍ତ୍ତମାନ ତଦନ୍ତ ଚାଲିଛି।

Leave A Reply

Your email address will not be published.