Latest Odisha News

BREAKING NEWS

ପୁରୀରେ ମହିଳାଙ୍କୁ ଗଣଦୁଷ୍କର୍ମ; ଅଭିଯୁକ୍ତ ପୋଲିସ କନେଷ୍ଟବଳ ଅଟକ !

ପୁରୀ: ସରକାରୀ କ୍ୱାର୍ଟରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ସୋମବାର ସନ୍ଧ୍ୟାରେ ଥାନାରେ ଅଟକ ରଖିଛି ।

ଗଣମାଧ୍ୟମକୁ ସୂଚନାଦେଇ

  1. ଜଣକ କହିଛନ୍ତି, ଭୁବନେଶ୍ୱରରୁ କାକଟପୁର ଏକ ବସଯୋଗେ ଯାଉଥିବା ବେଳେ ବାଟରେ ଏହିପରି ଘଟଣା ଘଟିଛି । “ନିମାପଡ଼ା ବସଷ୍ଟାଣ୍ଡରେ ବସଟି ଅଟକିବା ପରେ ତାହା ତୁରନ୍ତ ଛାଡ଼ିଦେଇଥିଲା । ମୁଁ ଏକ ହୋଟେଲକୁ ଖାଇବାକୁ ଯାଇଥିଲି । ଅନ୍ୟ ଏକ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ପୋଲିସ କନେଷ୍ଟବଳ ତାଙ୍କର ସରକାରୀ କାର୍ଡ଼ ଓ ଆଧାରକାର୍ଡ଼ ଦେଖାଇ ସେ ଜଣେ ପୋଲିସ ବୋଲି ପରିଚୟ ପ୍ରଦାନ କରିଥିଲେ । ଯେହେତୁ ସେ ଜଣେ ପୋଲିସ ତେଣୁ ସେ ତାଙ୍କୁ କାକଟପୁରରେ ଛାଡ଼ିଦେବାକୁ କହିଥିଲେ । ମୁଁ ରାଜି ହୋଇ ତାଙ୍କ କାରରେ ବସିଥିଲି । ସେଥିରେ ପୂର୍ବରୁ ଅନ୍ୟ ୩ ଜଣ ସେହି କାରରେ ପୂର୍ବରୁ ବସିଛନ୍ତି ।”

କାରରେ କିଛିବାଟ ଗଲାପରେ ପୋଲିସ ବୋଲି ପରିଚୟ ଦେଇଥିବା ସେହି ବ୍ୟକ୍ତି ଏବଂ ଅନ୍ୟମାନେ ପୀଡ଼ିତାଙ୍କୁ ଏକ ରଶିରେ ବାନ୍ଧି ପକାଇଥିଲେ । ଏହାପରେ ଗାଡ଼ି ବୁଲାଇ ପୁରୀ ଅଭିମୁଖେ ଯାଇଥିଲେ । ପୁରୀରେ ଏକ ସରକାରୀ କ୍ୱାର୍ଟରକୁ ମୋତେ ନେଇ ସେଠାରେ ୨ଜଣ ଦୁଷ୍କର୍ମ କରିଥିଲେ । ଦୁଇଜଣ ପ୍ରଚୁର ମଦ୍ୟପାନ କରି ଶୋଇ ପଡ଼ିଥିଲେ । କିନ୍ତୁ ଅନ୍ୟ ଦୁଇଜଣ ମୋତେ ଘର ବାହାରୁ ବନ୍ଦ କରିଦେଇ ଚାଲିଯାଇଥିଲେ । ମୁଁ କୌଣସିମତେ ଝରକାରେ ବଡ଼ ପାଟି କରିବାକୁ କିଛି ଲୋକ ଆସି ମୋତେ ଉଦ୍ଧାର କରିଥିଲେ ବୋଲି ପୀଡ଼ିତା ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

ଏହି କ୍ୱାର୍ଟରଟି ଏକ ରେଲୱେ ଷ୍ଟେସନ ନିକଟରେ ବୋଲି ସେ କହିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି ଯେ, ଅଭିଯୁକ୍ତ ପୋଲିସ କନେଷ୍ଟବଳଙ୍କୁ ଥାନାରେ ପଚରାଉଚରା ଲାଗି ଅଟକ ରଖାଯାଇଛି । ତାଙ୍କ ନାଁ ଜିତେନ୍ଦ୍ର କୁମାର ସେଠୀ ଏବଂ ସେ ବର୍ଷକ ପୂର୍ବରୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।

ପୀଡ଼ିତାଙ୍କ ବୟାନ ଅନୁଯାୟୀ, ଝାଡ଼େଶ୍ୱରୀ ମନ୍ଦିର ନିକଟସ୍ଥ ପୋଲିସ କଲୋନୀରେ ଥିବା ଏକ ସରକାରୀ କ୍ୱାର୍ଟର ଚିହ୍ନଟ ହୋଇଛି ।

“ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଯଥାଶିଘ୍ର ଆମେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିବୁ,” ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.