Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୦୩-୧୨-୨୦୧୯ ମଙ୍ଗଳବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୦୩ ରିଖ ମଙ୍ଗଳବାର ବିଛା ୧୭ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର- : ମିଥୁନ ରାଶି ପୁରୁଷଙ୍କର ଓ ମୀନ ରାଶିର ପୁରୁଷ ଓ ମହିଳାଙ୍କର
ଆଜି: ତାଳ ଖାଇବା ନିଷେଧ

ମେଷ :
ଦେହ ମନ ଅସୁସ୍ଥ ରହିବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ନାହିଁ ।

ବୃଷ :
ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ । ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ । କର୍ମ କ୍ଷେତ୍ରରେ ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବନ୍ଧୁ ଦର୍ଶନର ଯୋଗ ରହିଛି ।

ମିଥୁନ :
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ନାହିଁ । ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ । ଶାରୀରିକ ପୀଡା ଅନୁଭବ କରିବେ ବିଦ୍ଯାର୍ଥୀମାନେ ଅକୃତ କାର୍ଯ୍ୟ ହେବେ ।

କର୍କଟ :
ଆଜି ଦିନଟି ସମସ୍ତ ଦିଗରୁ ଶୁଭ ଫଳ ଦେବ ।ଧନ ମାନ ସମ୍ମାନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଶରୀର ସୁସ୍ଥ ରହିବ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।ଛାତ୍ରଛାତ୍ରୀମାନେ ଅଧ୍ଯୟନରେ ଉନ୍ନତି କରିବେ ।

ସିଂହ:
ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ । କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ ।ସାମାଜିକ ରାଜନୈତିକ ସମ୍ମାନ କ୍ଷୁର୍ଣ୍ଣ ହେବ ।

କନ୍ୟା :
ମନ ପ୍ରଫୁଲ୍ଲ ଓ ଶରୀର ସୁସ୍ଥ ରହିବ କର୍ମ କ୍ଷେତ୍ରରେ ନୂତନ ଦାୟିତ୍ଵ ଗ୍ରହଣ କରିବେ ।ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ । ସାଂସାରିକ ଜୀବନ
ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।

ତୁଳା :
ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ନିର୍ମାଣଧୀନନ ର୍କାର୍ଯ୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅଗ୍ରଗତି କରିବେ ।

ବିଛା :
ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ମିଥ୍ଯା ଅଭିଯୋଗରେ ଦଣ୍ଡିତ ହୋଇପାରନ୍ତି ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।

ଧନୁ :
କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ପାରିବାରିକ ସମସ୍ଯାକୁ ନେଇ ଚିନ୍ତିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ନିର୍ମାଣଧୀନନ କାର୍ଯ୍ୟରେ ବାଧା ଦେଖା ଦେବ ।

ମକର :
ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟିବ ।ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ବ୍ଯବସାୟ ବାଣିଜ୍ୟରେ ଉନ୍ନତି କରିବେ ।ନୂତନ ଗୃହ ବା ଭୂମି ଲାଭ କରିବେ ।ସୁ ସ୍ବାଦୁ ଭୋଜନ ମିଳିବ ।

କୁମ୍ଭ :
ସାଂସାରିକ ଜୀବନ ସୁଖମୟ ହେବ । ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ଆଦରଣିଯ ହେବେ ।

ମୀନ :
ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ । ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ବ୍ଯବସାୟରେ ଆଯ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

 

Leave A Reply

Your email address will not be published.