Latest Odisha News

BREAKING NEWS

ବିମାନ ଯାତ୍ରାରେ ଭାଙ୍ଗିଲା ଲଗେଜ୍‌, କ୍ଷତିପୂରଣ ବାବଦକୁ ଯାତ୍ରୀଙ୍କୁ ମିଳିଲା ୧୩ ଲଗେଜ୍

ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀଙ୍କ ଲଗେଜ୍ ନଷ୍ଟ ହୋଇଯିବା କାରଣରୁ ପ୍ରତିବଦଳରେ ତାଙ୍କୁ ମିଳିଛି ଏକାଥରେ ୧୩ଟି ଲଗେଜ୍‌, ଯାହା ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି । ଏଭଳି ଘଟଣା ଘଟିଛି ଫ୍ଲୋରିଡ଼ାରେ ।

ଫ୍ଲୋରିଡାର ବାସିନ୍ଦା ୨୯ ବର୍ଷୀୟା ମହିଳା ପେଟନ୍ ଥମସନ୍ ନିକଟରେ ଏହି ପ୍ରସଙ୍ଗ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ବ୍ୟକ୍ତିଗତ କାମରେ ଫ୍ଲୋରିଡ଼ାରୁ ଆମେରିକା ଯାଇଥିଲେ । ଫେରିବା ସମୟରେ ଟ୍ରାନ୍ସପୋର୍ଟିଂରେ ତାଙ୍କ ଲଗେଜ୍ ନଷ୍ଟ ହୋଇଯାଇଥିଲା । ଏଥିରେ କ୍ଷୁବ୍ଧ ମହିଳା ଯାତ୍ରୀ ଜଣକ ଲିଖିତ ଭାବେ ସମ୍ପୃକ୍ତ ବିମାନ କମ୍ପାନୀକୁ ଅଭିଯୋଗ ଜଣାଇଥିଲେ । ଅଭିଯୋଗରେ ସେ ସ୍ପଷ୍ଟ କରିଥିଲେ ଯେ, ବିମାନଯାତ୍ରା ସମୟରେ ଯାତ୍ରୀଙ୍କ ଲଗେଜ୍‌ର ସୁରକ୍ଷା ଦାୟିତ୍ୱ ସମ୍ପୃକ୍ତ ବିମାନ କମ୍ପାନୀର । ତେଣୁ ତାଙ୍କର ହୋଇଥିବା କ୍ଷତିକୁ ବିମାନ କମ୍ପାନୀ ନିଶ୍ଚୟ ଭରିବା ଦରକାର । ତେଣୁ ଏଥିରେ ବିମାନ କମ୍ପାନୀ ଭୁଲ୍ ରହିଛି । ଏଭଳି ଅଭିଯୋଗ ସହ କ୍ଷତିଗ୍ରସ୍ତ ହୋଇଥିବା ଲଗେଜ୍‌ର ଫଟୋ ମଧ୍ୟ ସେ ସେୟାର କରିଥିଲେ । ବିମାନ କମ୍ପାନୀ ତାଙ୍କ ଅଭିଯୋଗକୁ ଗୁରୁତର ସହ ନେବା ପରେ ତାଙ୍କୁ କ୍ଷତିପୂରଣ ଦେବାକୁ ରାଜି ହୋଇଥିଲେ । ଅଭିଯୋଗ କରିବାର କିଛି ସମୟ ପରେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା । ପରେ ପରେ ଏକ ଜିପ୍ ତାଙ୍କ ଘର ଠିକଣାରେ ପହଞ୍ôଚଥିଲା । ଯେଉଁଥିରେ ସେ ୧୩ଟି ଲଗେଜ୍ ଥିବା ଦେଖିବାକୁ ପାଇଥିଲେ । ଏତେ ସବୁ ଲଗେଜ୍ ଦେଖି ସେ ଖୁସି ହୋଇଥିଲେ ।

Comments are closed.