Latest Odisha News

ଝାରସୁଗୁଡା କୋଭିଡ ହସ୍ପିଟାଲରେ ଜନ୍ମ ନେଲା ନବଜାତ ଶିଶୁ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର କୋଭିଡ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଯାହା ଜିଲ୍ଲାରେ ପ୍ରଥମ ଘଟଣା ବୋଲି ସୁତ୍ରରୁ ପ୍ରକାଶ ।

ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଗର୍ଭବତୀ ମହିଳା ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଉକ୍ତ ମହିଳାଙ୍କ ପ୍ରସବ କରାଇଥିଲେ । ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି ।

ସେମାନଙ୍କର ଦେଖାଶୁଣା କରିବା ଲାଗି ହସ୍ପିଟାଲ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଘଟଣାରେ ଏଡିଏମ୍ ପ୍ରଦୀପ ସାହୁ ସମ୍ପୃକ୍ତ ଡାକ୍ତର ମାନଙ୍କୁ ଅଭିବାଦନ ଜଣାଇଛନ୍ତି ।

ତେବେ ସେହି ମହିଳା ଜଣକ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅଗଷ୍ଟ ୮ ତାରିଖରେ ତାଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସେହିପରି ପୂର୍ବରୁ କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ଜଣେ ମହିଳା ସନ୍ତାନ ଜନ୍ମ ଦେଇଥିଲେ ।

Leave A Reply

Your email address will not be published.