Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠାରେ ଏବେ ବି ରାସଲୀଳା ପାଇଁ ଭଗବାନ କୃଷ୍ଣ ଆସୁଛନ୍ତି, ଲୁଚି କରି ଦେଖିବା ଲୋକ ପାଗଳ ହୋଇଯାଉଛନ୍ତି !

ବୃନ୍ଦାବନ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ନୀତିକୁ ଘରେ ଘରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି । କରୋନା ମହାମାରୀ ଯୋଗୁ ଅବଶ୍ୟ ଏହା କିଛି ମାତ୍ରାରେ ଫିକା ପଡିଛି । ବୃନ୍ଦାବନରେ ଜନ୍ମଷ୍ଟମୀ ଧୂମଧାମରେ ପାଳନ କରାଯାଏ । ଏଠାରେ ଏପରି ଏକ ସ୍ଥାନ ଅଛି ଯେଉଁଠିକି ଭଗବାନ ଶ୍ରୀକୃଷ୍ଣ ଏବେ ବି ରାସଲୀଳା କରିବାକୁ ଆସୁଛନ୍ତି ! ଅବିଶ୍ୱାସ ଲାଗିଲେ ବି ପ୍ରମାଣ ଓ ଏହାକୁ ସୁହାଇଲା ଭଳି ଲୋକକଥା ମନରେ ବିଶ୍ୱାସ ସୃଷ୍ଟି କରାଇବା ପାଇଁ ଯଥେଷ୍ଟ । ଆସନ୍ତୁ ଜାଣିବା ଏହା ବିଷୟରେ ।ବୃନ୍ଦାବନ ନିକଟରେ ଥିବା ନିଧିବନ ଏବେ ମଧ୍ୟ ରହସ୍ୟରେ ଭରପୂର ହୋଇ ରହିଛି । ମାନ୍ୟତା ଅନୁସାରେ ଶ୍ରୀକୃଷ୍ଣ ଏବଂ ରାଧା ପ୍ରତ୍ୟେକ ଦିନ ମଧ୍ୟ ରାତ୍ରରେ ଏଠାକୁ ଆସି ରାସକ୍ରୀଡା କରିଥାନ୍ତି । ନିଧିବନ ଭିତରେ ଥିବା ରଙ୍ଗ ମହଲରେ ସେମାନେ ବିଶ୍ରାମ କରିଥାନ୍ତି । ପ୍ରତ୍ୟେକ ଦିନ ସକାଳେ ଏହି ନିଧିବନକୁ ଖୋଲା ଯାଇଥାଏ । ସନ୍ଧ୍ୟାର ଆରତୀ ପରେ ଏହାକୁ ବନ୍ଦ କରି ଦିଆ ଯାଇଥାଏ ।

ଏଠାକୁ ମଣିଷ, ପଶୁ ଓ ପକ୍ଷୀ କେହି ବି ଆସନ୍ତି ନାହିଁ । ପ୍ରତ୍ୟେକ ଦିନ ଶେଯ ସଜାଯାଏ । ଦାନ୍ତକାଠି, ପାଣି ଓ ପାନ ରଖା ଯାଇଥାଏ । ସକାଳୁ ଏହାକୁ ଖୋଲାଯିବା ପରେ ଦାନ୍ତକାଠି ଓଦା ଥିବା ଏବଂ ପାନ ଖିଆ ଯାଇଥିବା ଜଣା ପଡିଥାଏ । ଶେଯ ଅସ୍ତ ବ୍ୟସ୍ତ ହୋଇ ପଡିଥାଏ । ଯେଉଁମାନେ ଲୁଚି କରି ଏହି ରାସଲୀଳା ଦେଖିବାକୁ ଚେଷ୍ଟା କରିଛନ୍ତି ସେମାନେ ପାଗଳ କିମ୍ବା ଅନ୍ଧ ହୋଇ ଯାଇଥାନ୍ତି । ଏପରିକି ନିଧିବନ ଆଡେ ଥିବା ଘରର ଝରକା ଓ କବାଟ ମଧ୍ୟ ବନ୍ଦ କରି ଦିଆ ଯାଇଥାଏ । ଅଧିକାଂଶ ଘରରେ ଏହି ଦିଗ ଆଡକୁ ଝରକା ନ ଥାଏ । ଏଠାରେ ଏପରି ଏକ ଗଛ ଅଛି ଯାହା ଉପରକୁ ବଢ଼ିବା ବଦଳରେ ତଳକୁ ବଢ଼ିଥାଏ । ଯାହା କି ଏବେ ରହସ୍ୟ ହୋଇ ରହିଛି ।

Leave A Reply

Your email address will not be published.