Latest Odisha News

ବାଣୀବିହାର ଫ୍ଲାଏଓଭରରୁ ଡେଇଁଲେ ମହିଳା

ଭୁବନେଶ୍ୱର: ରାଜଧାନୀର ବାଣୀବିହାର ଫ୍ଲାଏ ଓଭରରୁ ଜଣେ ମହିଳା ଡେଇଁପଡିଥିବା ଜଣାପଡିଛି।

ମହିଳା ଜଣକ ବାଲେଶ୍ବରର ବିଘ୍ନେଶ୍ୱରୀ ତ୍ରିପାଠୀ (୨୮) ବୋଲି ଜଣାପଡିଛି। ତେବେ ସେ ଆତ୍ମହତ୍ଯା ଉଦ୍ଦେଶ୍ଯରେ ଫ୍ଲାଏଓଭରରୁ ଡେଇଁ ପଡିଥିବା କୁହାଯାଉଛି।

ସୂଚନାନୁସାରେ, ଏହି ଘଟଣା ଶନିବାର ରାତି ପ୍ରାୟ ୯ଟା ୩୦ମି.ସମୟରେ ଘଟିଥିଲା ​​ଏବଂ ମହିଳା ଜଣକ ନିଜ ସ୍କୁଟିକୁ ବ୍ରିଜ କଡରେ ରଖି ଡେଇଁ ପଡିଥିଲେ।

ସେ ଆହତ ହୋଇଥିବା ବେଳେ ସହିଦ ନଗର ପୋଲିସର ପାଟ୍ରୋଲିଂ ଟିମ୍ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Comments are closed.