Latest Odisha News

ଜାଗର ଦେଖି ଫେରିବା ବେଳେ ଅଟୋକୁ ଧକ୍କା ଦେଲା ହାଇୱା, ଚାଲିଗଲା ୩ ଜୀବନ

ଅନୁଗୋଳ : ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା  । ଚାଲିଗଲା ୩ ଜୀବନ । ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ୩ ଜଣକ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଶଙ୍ଖପୁର ଖାଲଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  ।

ବନ୍ତଳା ଥାନା କୁଲାସିଂଗା ଗାଁର ପୀତାମ୍ୱର ପ୍ରଧାନ ତାଙ୍କ ଝିଅକୁ ଶାଶୂ ଘର ନୂଆରାଇଗୁଡ଼ାରେ ଛାଡ଼ିବା ପାଇଁ ଅଟୋରେ ଯାଇଥିଲେ। ତାଙ୍କ ସାଥୀରେ ପତ୍ନୀ ଜମ୍ୱୁ, ଭାଇ ମୁନ୍ନା ପ୍ରଧାନ ଓ ସମ୍ପର୍କୀୟ ଗୁଣ୍ଡିଚା ପ୍ରଧାନ ଯାଇଥିଲେ । ଝିଅକୁ ଶାଶୁ ଘରେ ଛାଡ଼ି ସେମାନେ ବିଳମ୍ୱିତ ରାତିରେ ଘରକୁ ଫେରୁଥିଲେ।

ହେଲେ ଖାଲଗାଁ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପୀତାମ୍ୱର ଓ ଗୁଣ୍ଡିଚାଙ୍କ ମୃତ୍ୟୁ ଘଟିଥିବା ବେଳେ ମୁନ୍ନା ଓ ଜମ୍ୱୁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବନ୍ତଳା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ମୁନ୍ନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ଜମ୍ୱୁ ବନ୍ତଳା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ଅଟୋଟି ନିଜେ ଭାରସାମ୍ୟ ହରାଇ ଓଲଟିଛି ନା କୌଣସି ଗାଡି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ ।

 

 

Leave A Reply

Your email address will not be published.