Latest Odisha News

ରାଜ୍ୟସଭା ନିର୍ବାଚନ : ଶିବରାଜଙ୍କ ରଣନୀତି, ନରୋତମଙ୍କ ଚାଲ କଂଗ୍ରେସକୁ ମାତ୍ ଦେଲା

ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟସଭାର ୩ଟି ସିଟ ପାଇଁ ନିର୍ବାଚନ ସରିଛି । କଂଗ୍ରେସ ୨ଟି ସିଟ୍ ହାତେଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହେଲା ଭଳି ଲାଗୁ ନାହିଁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ରଣନୀତି ଓ ନରୋତମ ମିଶ୍ରଙ୍କ ଚାଲ କଂଗ୍ରେସକୁ ରୋକିପାରିଛି । ରିପୋର୍ଟ ମୁତାବକ ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ସିଟ ମିଳିପାରେ ।

ଏସପି-ବିଏସପି ବିଧାୟକମାନେ ବିଜେପିଙ୍କୁ ଭୋଟ ଦେଇଥିବା ଜଣାପଡିଛି । ପୂର୍ବରୁ ବିଏସପି(୨), ଏସପି(୧) ଓ ସ୍ୱାଧୀନ (୪) ବିଧାୟକ ବିଜେପି ବିପକ୍ଷରେ ଥିଲେ । କମଳନାଥ ସରକାରର ପତନ ପରେ କଂଗ୍ରେସ ପୂର୍ବଭଳି ସେମାନଙ୍କ ସମର୍ଥନ ଆଶା କରିଥିଲା । ମାତ୍ର ସବୁ କିଛି ଓଲଟପାଲଟ ହୋଇଗଲା, ଏହି ବିଧାୟକମାନେ ବିଜେପିକୁ ସମର୍ଥନ କରିଥିବା ରିପୋର୍ଟ ହସ୍ତଗତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Leave A Reply

Your email address will not be published.