Latest Odisha News

BREAKING NEWS

ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: କାର୍ଯ୍ୟରେ ଅବହେଳା ଲାଗି ନିଲମ୍ବିତ ହେଲେ ପୋଲିସ ଅଧିକାରୀ

ବାରିପଦା: ରାଇରଙ୍ଗପୁର ମହାବିଦ୍ୟାଳୟର ଚୁକ୍ତିଭିତ୍ତିକ ମହିଳା ଅଧ୍ୟାପିକାଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣାର ୨ ଦିନ ପରେ ମୟୂରଭଞ୍ଜ ଜିଲ୍ଲା ଏସପି ସ୍ମିଥ ପରମାର ସୋମବାର ଦିନ ପୂର୍ବତନ ଝାରପୋଖରିଆ ଆଇଆଇସି ଶରତ ମହାଳିକ ଏବଂ ଏଏସଆଇ ପ୍ରଶାନ୍ତ ସ୍ୱାଇଁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।

ରାଇରଙ୍ଗପୁର କଲେଜ ହଷ୍ଟେଲ ରୁମରେ ମୃତା ଅଧ୍ୟାପିକାଙ୍କ ଶରୀର ଫ୍ୟାନରେ ଝୁଲୁଥିବାର ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ମୃତ ଶରୀର ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଛି ବୋଲି ସୂଚନା ହସ୍ତଗତ ହୋଇଛି । ମୃତା ଅଧ୍ୟାପିକାଙ୍କ ପରିବାରବର୍ଗ ଅଭିଯୋଗ କରି କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଅଧିକାରୀ ଶ୍ରୀ ସ୍ୱାଇଁ ସେମାନଙ୍କୁ ସେହି ସୁଇସାଇଡ୍ ନୋଟ ଦେଇନଥିଲେ ।

ମୃତା ପୀଡ଼ିତାଙ୍କ ଦୂର ସମ୍ପର୍କୀୟ ଭାଇ ଯିଏକି କେନ୍ଦୁଝରରେ ରହନ୍ତି ସେ ଦୁଷ୍କର୍ମ କରିଥିବା ନେଇ ପରିବାର ଅଭିଯୋଗ କରିଛନ୍ତି । ମୃତା ଅଧ୍ୟାପିକାଙ୍କ ଭାଉଜ ଏହି ଘଟଣାରେ ସମ୍ପୃକ୍ତ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରି କହିଛନ୍ତି ।

ଏହି ଘଟଣା ଘଟିବାର କିଛି ଘଣ୍ଟା ପୂର୍ବରୁ ମୃତା ଅଧ୍ୟାପିକା ଜଣକ ଏସପିଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ମୃତା ପୀଡ଼ିତା ନିଜେ ଏବଂ ତାଙ୍କ ବାପା ଅନେକ ଥର ଏହି ଘଟଣା ନେଇ ଥାନାକୁ ଯାଇଥିବା ତାଙ୍କ ବାପା କହିଛନ୍ତି ।

ପୋଲିସ ଏହି ଘଟଣାରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ମୃତା ଅଧ୍ୟାପିକାଙ୍କ ପରିବାର ବର୍ଗ ଅଭିଯୋଗ କରି କହିଛନ୍ତି ।

ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ରବିବାର ଦିନ ଦୁଷ୍କର୍ମ ଅଭିଯୋଗରେ ସୌମ୍ୟ ରଞ୍ଜନ ସାହୁଙ୍କୁ ଗିରଫ କରିଛି ।

ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଏବଂ ସୁଜିତ ମଣ୍ଡଳଙ୍କୁ ସୋମବାର ଦିନ ପୋଲିସ ଗିରଫ କରିଛି । ସୋମବାର ଦିନ ଏହି ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

Leave A Reply

Your email address will not be published.