Latest Odisha News

ମଣିପୁରର ନିଉଟନ, ୧୨ ବର୍ଷରେ ଦେବେ ମ୍ୟାଟ୍ରିକ ପରୀକ୍ଷା

ମଣିପୁର: ମଣିପୁରର ଚୁରାଚନ୍ଦ ଜିଲ୍ଲାର ୧୨ ବର୍ଷୀୟ ଆଇଜକ ପଲଲୁଂଗ ମୁଆନ ଏବେ ଚର୍ଚ୍ଚାରେ । ପୂର୍ବୋତରର ଏହି ପ୍ରତିଭାବାନ କିଶୋର ପରୋକ୍ଷରେ ନିଜ ନାମକୁ ମଧ୍ୟ ସାର୍ଥକ୍ୟ କରିଛନ୍ତି ।

ତାଙ୍କୁ ଏବେ ସମସ୍ତେ ନିଉଟନ ନାମରେ ଡାକୁଛନ୍ତି । ୮ମ ଶ୍ରେଣୀରେ ପାଠ ପଢ଼ୁଥିବା ନିଉଟନ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେବେ ।

ସେ ଇମ୍ଫାଲର ‘ସର୍ବ କନିଷ୍ଠ’ ଛାତ୍ର ଭାବେ ମ୍ୟାଟ୍ରିକ ପରୀକ୍ଷା ଦେବେ ଏବଂ ସ୍ଥାନୀୟ ବୋର୍ଡ ତାଙ୍କୁ ଏଥିପ୍ରତି ଯୋଗ୍ୟ ବିବେଚିତ କରିଛି । ବୟସ କମ୍ ହେଇଥିବା ସତ୍ୱେ ସେ ଯୁକ୍ତ ୨ ପାଇଁ ଉଦ୍ଦିଷ୍ଟ ମନୋବିଜ୍ଞାନ, ଅର୍ଥନୀତି ପରି ବିଷୟରେ ଭଲ କରିଛନ୍ତି । ଡିପାର୍ଟମେଂଟ ମୋତେ୍ ଏହି ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ସେ କହିଛନ୍ତି ।

ଆଇଜାକଙ୍କ ପିତା ଗେନଖୁଲେଇନ ଭାଇପେଇ ଓ ମାତା ନେମନଗାଜିନି ଭାଇପେଙ୍କ ୬ ସନ୍ତାନ ମଧ୍ୟରେ ଆଇଜାକ ବଡ । ମଣିପୁର ଓ ଦେଶର ସମ୍ମାନ ପାଇଁ ନିଷ୍ଠାର ସହ ପାଠ ପଢ଼ିବି ବୋଲି ସେ କହିଛନ୍ତି । କ୍ଲିନିକାଲ ସାଇକୋଲଜିକାଲ ଟେଷ୍ଟରେ ତାଙ୍କ୍ ବୁଦ୍ଧି ଜଣେ ୧୭ ବର୍ଷ ୫ ମାସ ଛାତ୍ର ସହ ସମାନ ବୋଲି ପ୍ରମାଣିତ ହୋଇଥିଲା ।

ଆସନ୍ତା ବର୍ଷ ଫେବୃୟାରୀରେ ଆଇଜାକ ପରୀକ୍ଷା ଦେବେ । ତାଙ୍କର ପ୍ରଦର୍ଶନ କିପରି ହେବ ସେ ନେଇ ସାରା ଦେଶ ବ୍ୟଗ୍ର ସହକାରେ ଅପେକ୍ଷା କରିଛି । ସିଭିଲ ସର୍ଭିସରେ ସଫଳତାର ସହ ଉନ୍ନୀତ ହେବା ଲକ୍ଷ୍ୟରେ ଆଇଜାକ ରହିଛନ୍ତି । ଏ ପର୍ଯ୍ୟନ୍ତ ସେ ଦେଇଥିବା ସମସ୍ତ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ଆସିଛନ୍ତି।

Leave A Reply

Your email address will not be published.