Latest Odisha News

BREAKING NEWS

ରାସ୍ତା ମଝିରେ ମା’କୁ ଛାଡି ଛୁଆକୁ ନେଇଗଲେ ମହିଳା, ୨ ଘଣ୍ଟାରେ ଧରିଲା ପୋଲିସ

ଭଦ୍ରକ: ଭଦ୍ରକରେ ଆଜି ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆଧାର କରିବା ସମୟରେ ଦେଖାଦେଇଛି ଅଭାବନୀୟ ଘଟଣା । ଆଧାର ପାଇଁ ଭଦ୍ରକ ମଉଦା ଅଞ୍ଚଳର ମାମିନା ମୁଣ୍ଡା ଆଧାର ପାଇଁ ଆସିଥିଲେ । ଆଧାର କାମ ହୋଇ ପାରିଲା ନାହିଁ । ମାମିୱା ଗର୍ଭବତୀ ଥିବାବେଳେ ହଠାତ୍ ଗର୍ଭ ଯନ୍ତ୍ରଣା ହେବାରୁ ଘରକୁ ଯାଇ ପାରିଲେ ନାହିଁ, ଶେଷରେ ଜିଲ୍ଲା ପୋଷ୍ଟ ଅଫିସ ସମ୍ମୁଖ ରାସ୍ତା କଡରେ ଏକ ଦୋକାନ ପିଣ୍ଡାରେ ବିଶ୍ରାମ ନେବା ବେଳେ ଦୋକାନ ବାରଣ୍ଡାରେ ଜନ୍ମ କଲେ ଏକ କନ୍ୟା ସନ୍ତାନ ।

ଏହାପରେ ଭଦ୍ରକ ମେଡିକାଲ ପରେ କଟକ ନେଇ ମହିଳାଙ୍କୁ ସହଯୋଗ କରିବାକୁ ଯାଇଥିଲେ ଜଣେ ମହିଳା କିନ୍ତୁ ସହଯୋଗ କରୁଥିବା ଜନୈକ ମହିଳା କଟକରୁ ଆସି ଭଦ୍ରକରେ ଫେରିବା ବାଟରେ ମା’କୁ ରାସ୍ତା ମଝିରେ ଛାଡି ଛୁଆକୁ ନେଇ ଚମ୍ପଟ ମାରିଲେ । ଛୁଆକୁ ନପାଇ ମା ଥାନାରେ ପହଁଚି ୫ ଦିନର ଶିଶୁକୁ ଉଦ୍ଧାର ପାଇଁ ନିବେଦନ କରିବା ପରେ ପୋଲିସ ସଙ୍ଗେ ସଙ୍ଗେ ଉଦ୍ଧାର ପାଇଁ ଲାଗି ପଡ଼ିଥିଲା ।

ଘଟଣାର ଖବର ପାଇବା ପରେ ଚାଇଲ୍ଡ ଲାଇନର କର୍ମଚାରୀ ମାନେ ମହିଳାଙ୍କୁ ଉଦ୍ଧାର କରି ସଖୀ ସେଣ୍ଟରରେ ରଖି ଭଦ୍ରକ ସିଟି ଡିଏସପି ଓ ଟାଉନ୍ ପୋଲିସ ମହିଳାଙ୍କୁ କାଉନସେଲିଂ କରିଥିଲେ ।

ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ମାତ୍ର ୨ ଘଣ୍ଟା ମଧ୍ୟରେ ଚୋରି ହୋଇଥିବା ଶିଶୁକୁ ମହିଳା ରାଜଘାଟ ଛକ ନିକଟରୁ ଏକ ଘରୁ ଉଦ୍ଧାର କରିଛି ପୋଲିସ । ଚୋରି କରିଥିବା ମହିଳାଙ୍କୁ ପୋଲିସ ଥାନାରେ ଅଟକ ରଖିଛି ।

 

Comments are closed.