Latest Odisha News

ବିନା ଓଟିପି ଓ ବ୍ଯାଙ୍କ ତଥ୍ୟରେ ୫ଲକ୍ଷ ଲୁଟିଲେ ସାଇବର ଠକ 

ଚଣ୍ଡିଗଡ଼: ସାଇବର ଅପରାଧର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସତେ ଯେମିତି ଏ ଠକେଇ ନିତିଦିନିଆ ଜୀବନର ଅଂଶ ହୋଇଗଲାଣି। ଚୋରି, ଡକାୟତି ଭଳି ସାଇବର ଠକେଇ ମଧ୍ୟ ଦିନକୁ ଦିନ ବଢି ଚାଲିଛି। ଲୋକଙ୍କୁ ଠକିବା ପାଇଁ ଠକମାନେ ବିଭିନ୍ନ ପ୍ରକାର ଟ୍ରିକ୍ ଆପଣାଉଛନ୍ତି । ବହୁ ଚତୁରତାର ସହ ସେମାନେ ବ୍ୟାଙ୍କ ତଥ୍ୟ ଏବଂ OTPର ଆକ୍ସେସ ନେଇଯାଉଛନ୍ତି । ଏବେ ଏପରି ଏକ ସାଇବର୍ ଠକେଇ ହୋଇଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଠକାମୀର ଶିକାର ହେଇଥିବା ମହିଳା ନା ଓଟିପି ସେୟାର କରିଛନ୍ତି ନାଁ ବ୍ୟାଙ୍କର ସବୁ ତଥ୍ୟ, ତଥାପି ତାଙ୍କ ଆକାଉଣ୍ଟରୁ କଟି ଯାଇଛି ୫ ଲକ୍ଷ ଟଙ୍କା ।

ଚଣ୍ଡିଗଡ଼ରୁ ଏପରି ମାମଲା ସାମ୍ନାକୁ ଆସିଛି । ମହିଳାଙ୍କ HDFC ବ୍ୟାଙ୍କ କ୍ରେଡିଟ କାର୍ଡରୁ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଠକ । ମହିଳାଙ୍କ କ୍ରେଡିଟ୍ କାର୍ଡରୁ ୩୧ ଅକ୍ଟୋବରରେ ୩ ଥର ଟ୍ରାଞ୍ଜାକ୍ସନ ହୋଇଥିଲା । ପରେ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା।

ଏନେଇ ପୋଲିସ୍ କହିଛି, ସାଇବର୍ ଠକ ଟ୍ରାଭେଲ ପୋର୍ଟାଲକୁ ଏହି ପେମେଣ୍ଟ କରିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ମହିଳା ନାଁ କୌଣସି ଓଟିପି ସେୟାର କରିଛନ୍ତି ନାଁ କୌଣସି ତଥ୍ୟ ଦେଇଛନ୍ତି । କାହାକୁ କିଛି ନ ଦେଇ ବି କିପରି ସାଇବର ଠକେଇର ଶିକାର ହେଲେ ସେ ନେଇ ତଦନ୍ତ ଚାଲିଛି।

Comments are closed.