Latest Odisha News

BREAKING NEWS

୫ଟି ସ୍କୁଲ୍ ଛାତରୁ ପ୍ଲାଷ୍ଟର ଖସି ୩ ଶିକ୍ଷକଙ୍କ ଓ ଅନ୍ୟ ଜଣେ ଆହତ

ପୁରୀ: ୫ଟି ଅଧିନରେ ରୂପାନ୍ତିରତ ହୋଇଥିବା ସ୍କୁଲ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିବା ଫଳରେ ୪ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗର ତାଳଦା ଏଡ଼ବାଂଶ ପଢ଼ିଆରୀ ହାଇସ୍କୁଲରେ ଏହି ଅଘଟଣ ଘଟିଛି । ଷ୍ଟାଫ୍ କମନ ରୁମରେ ମିଟିଂ ଚାଲିଥିବା ବେଳେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିଥିଲା ।

ଯେଉଁଥିରେ ହାଇସ୍କୁଲର ଜଣେ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୨ ଶିକ୍ଷକଙ୍କ ସହ ଜଣେ ସିଆରସି ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ବାଲିକୁଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶିକ୍ଷୟିତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

କେବଳ ଏହି ଗୋଟିଏ ହାଇସ୍କୁଲ୍ ନୁହେଁ ୫ଟି ଅଧିନରେ ରୂପାନ୍ତରିତ ହୋଇଥିବା ଏକାଧିକ ହାଇସ୍କୁଲରେ ଏଭଳି ଘଟଣା ଘଟିଛି । ଗତ ମାସରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ଖଟୁଗାଁ ସ୍କୁଲରେ ଛାତ ସିଲିଂର ଏକ ଅଂଶ ଖସି ପଡ଼ିଥିଲା ।

Leave A Reply

Your email address will not be published.