Latest Odisha News

ନିଜକୁ ବିବାହ କରିଥିଲେ ମହିଳା, ଏବେ ଦେଲେ ଛାଡପତ୍ର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ ଚର୍ଚ୍ଚାରେ ରହିବା ପାଇଁ ଅନେକ ଯୁବକ ଓ ଯୁବତୀ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁଲେନ କ୍ୟାରୀ ନାମକ ମହିଳା ବ୍ରାଜିଲ ବାସନ୍ଦା ହେଲେ ମଧ୍ୟ ଏବେ ଲଣ୍ଡନରେ ରହୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ୪ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ସେ ଗତ ବର୍ଷ ନିଜକୁ ନିଜେ ବିବାହ କରି ଚର୍ଚ୍ଚିତ ହୋଇଥିଲେ । ଏବେ ସେ ଏହି ବିବାହରେ ସନ୍ତୁଷ୍ଟ ନାହାନ୍ତି କହି ନିଜକୁ ନିଜେ ଛାଡପତ୍ର ଦେଇଛନ୍ତି । ବିବାହକୁ ବଂଚାଇ ରଖିବା ପାଇଁ ମୁଁ ସମସ୍ତ ଉଦ୍ୟମ କରିଥିଲି ମାତ୍ର ସଫଳ ହୋଇପାରିଲି ନାହିଁ ବୋଲି ସେ କହିଛନ୍ତି । ଏବେ ଆତ୍ମବିଶ୍ଲେଷଣ ଓ ଚିନ୍ତା କରିବା ସମୟ ଉପନୀତ ହୋଇଛି ।

ଆଗକୁ କଣ ପଦକ୍ଷେପ ଗ୍ରହଣ କରିବି ଖୁବ ଶୀଘ୍ର ଆପଣମାନଙ୍କୁ ଜଣେଇବି ବୋଲି ସେ କହିଛନ୍ତି । ପ୍ରଥମେ ମୁଁ ନିଜକୁ ନିଜେ ବେଶୀ ଭଲ ପାଉଥିଲି । ଏବେ କେତେକ ପଦକ୍ଷେପ ପରେ ମୋତେ ନିଜ ଉପରେ ଘୃଣା ଭାବ ଆସୁଛି । ଏହାକୁ ବଦଳାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି । ସୋସିଆଲ ମିଡିଆରେ ତାଙ୍କା ବିବାହ ବିଚ୍ଛେଦ ଖବର ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Comments are closed.