Latest Odisha News

ପ୍ରେମିକା ସହ ସ୍ୱାମୀଙ୍କ ବାହାଘର କରାଇଲେ ପତ୍ନୀ

ମାଲକାନଗିରି: ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କମାରପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।

ମିଳିଥିବା ସୂଚନା ଅନୁସାରେ ଗାୟତ୍ରୀ କବାସି ତାଙ୍କ ସ୍ୱାମୀ ରାମ କବାସୀ ଅନ୍ୟ ଜଣେ ମହିଳା ଆଇତି ମାଡ଼କାମୀଙ୍କୁ ପ୍ରେମ କରୁଥିବା ଜାଣିବାକୁ ପାଇଥିଲେ ।

ତେବେ ଏହି ଖବର ଜାଣିବାପରେ ଗାୟତ୍ରୀ କ୍ରୋଧ କରିବା ବଦଳରେ ସ୍ଥାନୀୟ ସିଦ୍ଧେସ୍ୱର ମନ୍ଦିରରେ ଉଭୟଙ୍କ ବିବାହ କରାଇଥିଲେ । ସମ୍ପୂର୍ଣ୍ଣ ଗ୍ରାମ ଏହି ନିଆରା ବାହାଘରରେ ସାମିଲ ହୋଇଥିଲେ ।

ଖାଲି ସେତିକି ନୁହେଁ, ବିବାହ ପରେ ଗାୟତ୍ରୀ ତାଙ୍କ ସ୍ୱାମୀର ନୂଆ ସ୍ତ୍ରୀଙ୍କୁ ହୃଦୟର ସହ ନିଜ ଘରକୁ ସ୍ୱାଗତ କରିବା ସହ ଏହି ତିନିଜଣ ଗୋଟିଏ ଛାତ ତଳେ ଖୁସିରେ ଅଛନ୍ତି ।

Comments are closed.